ଲମତାପୁଟ, ୨୬/୦୮ : ସ୍କୁଲ ବାରଣ୍ଡା ଆଗରେ ଶୋଇଛି ବିରାଟ ଭାଲୁ । ପାଖକୁ କଲେ ବି ଉଠୁନି । କେବଳ ମୁଣ୍ଡ ଟେକୁଛି । ହାଇ ମାରୁଛି । ପୁଣି ଶୋଇ ପଡୁଛି । ଏପରି ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାର ଲମତାପୁଟରେ ।

Also Read :- ଡରାଉଛି ତ୍ରିପଲ ବାତ୍ୟା : ସମୁଦ୍ରରୁ ଗର୍ଜନ କରି ମାଡ଼ି ଆସୁଛନ୍ତି, ୧୪୪ କିମି ବେଗରେ ବହିବ ପବନ

ରିପୋର୍ଟ ଅନୁସାରେ, ଗତ ଦୁଇ ଦିନ ହେଲା କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୁନେଇପଡ଼ା ଅଞ୍ଚଳରେ ଗୋଟାଏ ଭାଲୁ ଆତଙ୍କ ସୃଷ୍ଟି କରିଛି। ଏକ ବିରାଟ ବଡ଼ ଭାଲୁ ଗୁନେଇପଡ଼ା ଅଞ୍ଚଳର ବିଭିନ୍ନ ଗାଁରେ ଘୁରି ବୁଲୁଛି। ଖାଲି ଏତିକି ନୁହେଁ ବୁଧବାର ସକାଳେ ସ୍କୁଲ ବାରଣ୍ଡାରେ ଏହା ଶୋଇ ଥିବା କିଛି ଲୋକ ଦେଖିଥିଲେ। ଭାଲୁକୁ ଦେଖି ଲୋକେ ପାଟି କଲେ କଲେ ଜଙ୍ଗଲ ଭିତରକୁ ଚାଲି ଯାଉଛି । ପୁଣି ସନ୍ଧ୍ୟାରେ ଗାଁ ମୁହାଁ ହେ ଥିବା ଜଣା ପଡିଛି।

କିନ୍ତୁ ଏବେ ଯାଏଁ ଭାଲୁଟି କାହାର କ୍ଷତି କରିଥିବା ନଜରକୁ ଆସିନାହିଁ। ଶୁଣା ଯାଉଛି ଯେ, ଭାଲୁଟି କାହାର ପୋଷା ଭାଲୁ। ଅନ୍ୟପକ୍ଷରେ ଲମତାପୁଟ ବନାଞ୍ଚଳ ଅଧିକାରୀ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି l ସ୍ୱତନ୍ତ୍ର ଟିମ ଗଠନ କରି ଭାଲୁ କିପରି ଗ୍ରାମ ଅଞ୍ଚଳ ମୁହାଁ ନହେବ ତାକୁ ନେଇ ପଦକ୍ଷେପ ନିଆ ଯାଉଥିବା କହିଛନ୍ତି l