ଚଣ୍ଡିଖୋଲ : ଉଦାରତା ଦେଖେଇଲେ ହୋଟେଲ୍ ବ୍ୟବସାୟୀ। କୁନି ଝିଅ ତ୍ରିଶିକାଙ୍କ ପାଇଁ ସହାୟତାର ହାତ ବଢାଇଲେ । ହୋଟେଲ ବ୍ୟବସାୟୀ ବଡ଼ଚଣା ଅଞ୍ଚଳର ଲିପୁନ ଦାସ। ନୂଆ କରି ହୋଟେଲ ବ୍ୟବସାୟ କରିଛନ୍ତି । ଓପନିଂ ଡେ’ରେ ତାଙ୍କ ହୋଟେଲକୁ ଆସିଥିବା ଗ୍ରାହକ ମାନଙ୍କଠାରୁ ସେ ଟଙ୍କା ରଖି ନଥିଲେ। ସେହି ଟଙ୍କାକୁ କୁନି ଝିଅ ତ୍ରିଶିକାଙ୍କ ଚିକିତ୍ସା ପାଇଁ ପଠାଇବାକୁ କହିଥିଲେ । ତା ପୁଣି ନିଜ ନିଜର ସାମର୍ଥ୍ୟ ଅନୁସାରେ।

କୁନି ଝିଅ ତ୍ରିଶିକାଙ୍କ ଚିକିତ୍ସା ପାଇଁ ୧୬କୋଟି ଟଙ୍କା ଆବଶ୍ୟକ । ଏଥିପାଇଁ ବିଭିନ୍ନ ସ୍ତରରେ ବହୁ ଲୋକେ ସହାୟତାର ହାତ ବଢ଼ାଉଛନ୍ତି । ସମସ୍ତେ ତ୍ରିଶିକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମିତିରେ ଏହି ହୋଟେଲ ବ୍ୟବସାୟୀ ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଏହା ସହ ତାଙ୍କ ଚିକିତ୍ସା ପାଇଁ ସମସ୍ତେ ସହଯୋଗ ଯୋଗାଇ ଦେବା ପାଇଁ ବ୍ୟବସାୟୀ ନିବେଦନ ମଧ୍ୟ କରିଛନ୍ତି । କାରଣ ଆପଣଙ୍କ ଛୋଟିଆ ସହାୟତା କୁନି ପିଲାଟିର ଜୀବନ ବଞ୍ଚି ଯାଇପାରେ ।