କଟକ:Barabati T 20 ବାରବାଟୀ ମୁକାବିଲାକୁ ଆଉ ରହିଲା ଅଳ୍ପ ସମୟ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ପ୍ରଥମ ଟି-୨୦ ମୁକାବିଲା ପାଇଁ ଦର୍ଶକ ମହଲରେ ରହିଛି ଭରପୁର ଉତ୍ସାହ। ନିର୍ଦ୍ଧାରିତ ସମୟ ଅନୁସାରେ ମ୍ୟାଚ୍ ଆରମ୍ଭ ହେବାର ତିନି ଘଣ୍ଟା ପୂର୍ବରୁ ଷ୍ଟାଡିୟମର ସମସ୍ତ ଗେଟ୍ ଖୋଲା ଯାଇଛି। ଅପରାହ୍ଣ ୪ଟାରୁ ବିଭିନ୍ନ ଗେଟ୍ ଦେଇ ଦର୍ଶକଙ୍କୁ ଗ୍ୟାଲେରୀକୁ ଛଡ଼ା ଯାଉଛି। ଏହା ପୂର୍ବରୁ ପ୍ରତିଟି ଗେଟ୍ରେ ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ ଏବଂ ଟସ୍ ୬ଟା ୩୦ରେ ପଡ଼ିବ। 

ଗେଟ୍ ନମ୍ବର ୧ ଦେଇ ଓସିଏ ବକ୍ସ, ନ୍ୟୁ ପାଭିଲିୟନ, ଓଲ୍‌ଡ ପାଭିଲିୟନ, ଭିଆଇପି ବକ୍ସରେ ଦର୍ଶକ ପ୍ରବେଶ କରି ପାରିବେ। ଗେଟ୍ ନମ୍ବର ୨ ଦେଇ ଗ୍ୟାଲେରୀ ନମ୍ବର ୫, ଗେଟ୍ ନମ୍ବର ୩ ଦେଇ ଗ୍ୟାଲେରୀ ନମ୍ବର ୭, ସ୍ପେଶାଲ ଏନକ୍ଲୋଜର ବ୍ଲକ ଏ, ଗେଟ୍ ନମ୍ବର ୪ ଦେଇ ଗ୍ୟାଲେରୀ ନମ୍ବର ୬ ଏବଂ ଗେଟ୍ ନମ୍ବର ୫ ଦେଇ ସ୍ପେଶାଲ ଏନକ୍ଲୋଜର ବ୍ଲକ-ବିକୁ ପ୍ରବେଶ କରିବେ ଦର୍ଶକ।

ଗେଟ୍ ନମ୍ବର ୬ ଦେଇ ଦର୍ଶକ ଗ୍ୟାଲେରୀ ନମ୍ବର ୨(ଏସି ବକ୍ସ), କ୍ଲବ ହାଉସ ଓ ଇମ୍ପା ବକ୍ସ ଯିବେ। ସେହିପରି ଗେଟ୍ ନମ୍ବର ୭ ଦେଇ ଗ୍ୟାଲେରୀ  ୩, ଗେଟ୍ ନଂ ୮ ଦେଇ ଗ୍ୟାଲେରୀ ନମ୍ବର ୪, ଗେଟ୍ ନମ୍ବର ୯ ଦେଇ ଏସି ବକ୍ସ(ଗାଲେରୀ ନମ୍ବର ୪), ପ୍ରେସ୍ ବକ୍ସ, ବିସିସିଆଇ ବକ୍ସ, ଓସିଏ ଅଫସ, ଖେଳାଳି, ମ୍ୟାଚ୍ ଅଫିସିଆଲ, ଅତିଥି ଷ୍ଟାଡିୟମକୁ ପ୍ରବେଶ କରିବେ।

ସେହିପରି ଗେଟ୍ ନମ୍ବର ୬ ଦେଇ କର୍ପୋରେଟ୍ ବକ୍ସ ଓ କର୍ପୋରେଟ୍ ଗ୍ୟାଲେରୀ ବ୍ଲକ ଏ, ଅଲିମ୍ପିକ୍ସ ଏ ଯାଇ ପାରିବେ। ଗେଟ୍ ନମ୍ବର ୭ ଦେଇ କର୍ପୋରେଟ୍ ବକ୍ସ(ପ୍ରସାରଣ ସଦସ୍ୟ), ଗେଟ୍ ନମ୍ବର ୮ ଦେଇ କର୍ପୋରଟ୍ ବକ୍ସ, କର୍ପୋରେଟ୍ ଗ୍ୟାଲେରୀ ବ୍ଲକ ବି, ଅଲିମ୍ପିକ୍ସ ବକ୍ସ-ବି, ଗେଟ୍ ନମ୍ବର ୯ ଦେଇ ଗ୍ୟାଲେରୀ ନମ୍ବର ୧ ଓ ଗେଟ୍ ନମ୍ବର ୧୦ ଦେଇ ଗ୍ୟାଲେରୀ ନମ୍ବର ୨ ଯାଇ ପାରିବେ।