କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍। ଆଗାମୀ ଟି-୨୦ ବିଶ୍ଵକପ୍ ଦୃଷ୍ଟିରୁ ଏହି ସିରିଜ୍ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ବାରବାଟୀ ଷ୍ଟାଡିୟମରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତର ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଶୁଭମନ ଗିଲ୍ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ​​​​​​​ଚୂଡ଼ାନ୍ତ ଏକାଦଶରେ ସଞ୍ଜୁ ସାମସନ, ହର୍ଷିତ ରାଣା, ଓ୍ଵାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି। 

ଭାରତ

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକା

କ୍ଵିଣ୍ଟନ ଡି କକ୍(ଓ୍ଵିକେଟ୍ କିପର), ଆଡନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଡିଓ୍ଵାର୍ଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନୋଭାନ ଫରେରା, ମାର୍କୋ ଜନସେନ, କେଶବ ମହାରାଜ, ଲୁଠୋ ସିମ୍ପଲା, ଲୁଙ୍ଗି ଏନଗିଡି, ଏର୍ନିକ ନୋର୍ଟଜେ।

ବାରବାଟୀରେ ଟିମ୍ ଇଣ୍ଡିଆର ଟି-୨୦ ରେକର୍ଡ ନିରୁତ୍ସାହଜନକ ରହିଛି। ଦଳ ଏଠାରେ ତିନୋଟି ଖେଳି ଦୁଇଟି ହାରିଛି। ପୁଣି ଦୁଇ ପରାଜୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଛି। ୨୦୧୫ ଅକ୍ଟୋବର ୫ରେ ପ୍ରଥମେ ଦକ୍ଷିଣ ଆଫ୍ରିକା ସହିତ ବାରବାଟୀରେ ଟି ଟ୍ୱେଣ୍ଟି ଖେଳିଥିଲା ଟିମ ଇଣ୍ଡିଆ। ଉକ୍ତ ମ୍ୟାଚକୁ ୬ ୱକେଟରେ ଜିତିଥିଲା ସାଉଥ ଆଫ୍ରିକା। ପୁଣି ୨୦୨୨ ଜୁନ ୧୨ ତାରିଖରେ ଖେଳାଯାଇଥିବା ଟି ଟ୍ୱେଣ୍ଟିକୁ ୪ ଓ୍ଵିକେଟରେ ଜିତିଥିଲା ଦକ୍ଷିଣ ଆଫ୍ରିକା। ଅର୍ଥାତ ପୂର୍ବରୁ ଭାରତକୁ ବାରବାଟୀ ପିଚରେ ୨ ଦୁଇ ଥର ହରାଇ ସାରିଛି ଭ୍ରମଣକାରୀ ଦଳ ସାଉଥ ଆଫ୍ରିକା। ତେବେ ଉଭୟ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୩୧ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଭାରତ ୧୮ଟି ଜିତିଥିବା ବେଳେ ୧୨ଟି ହାରିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି। ଦକ୍ଷିଣ ଆଫ୍ରିକା ଖାତାକୁ ୧୨ଟି ବିଜୟ ଯାଇଛି।

ତେବେ ୨୦୧୭ ଡିସେମ୍ବର ୨୦ରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳାଯାଇଥିବା ଟି ଟ୍ୱେଣ୍ଟି ମ୍ୟାଚରେ ଟିମ ଇଣ୍ଡିଆର ଜିତାପଟ ହୋଇଥିଲା। ବାରବାଟୀ ଗ୍ରାଉଣ୍ଡରେ ୯୩ ରନରେ ଶ୍ରୀଲଙ୍କାକୁ ହରାଇଛି ଇଣ୍ଡିଆ ଟିମ।  ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି ଟ୍ୱେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ଖୁବ ଶକ୍ତିଶାଳୀ।କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି। ଟେଷ୍ଟ ସିରିଜ ଜିତି ସାରିଥିବା ସାଉଥ ଆଫ୍ରିକା, ଟି ଟ୍ୱେଣ୍ଟି ସିରିଜ ହାତେଇବା ଲାଗି ମଧ୍ୟ ସବୁ ପ୍ରକାରର ଦମ ଲଗାଇବ। ଟିମ ସନ୍ତୁଲିତ ରହିଛିବ୍ୟାଟର ମାନଙ୍କ ଉପରେ ଟିମ ଅଧିକ ନିର୍ଭରଶୀଳ ରହିବ।କିନ୍ତୁ ବୋଲର ମାନେ ବି ଚମତ୍କାର ପରଫର୍ମ କରିବେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ବାଭୁମା।

ଡେଭିଡ ମିଲର, ଡିକକ, ମାକ୍ରମ, ରିଜା ହେଣ୍ଡ୍ରିସଙ୍କ ଭଳି ସାଉଥ ଆଫ୍ରିକାନ ପ୍ଲେୟାର ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅନ୍ୟ ପଟେ ଟିମ ଇଣ୍ଡିଆର କ୍ୟାପଟେନ ସୂର୍ଯ୍ୟ କୁମାର, ଅଭିଷେକ ଶର୍ମା, ତିଳକ ବର୍ମା,ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ସଞ୍ଜୁ ସାମସନ ବ୍ୟାଟିଂ ଅର୍ଡର ସମ୍ଭାଳିବେ। ବୋଲିଂରେ ଯଶପ୍ରୀତ ବୁମରାହା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବଙ୍କ କମାଲ ଦେଖିବେ କ୍ରିକେଟ ପ୍ରେମୀ ମାନେ। ମୋଟ ଉପରେ କହିଲେ ମ୍ୟାଚ ଖୁବ ରୋମାଞ୍ଚକର ହେବାର ସମ୍ଭାବନା ରହିଛି।