ନୂଆଦିଲ୍ଲୀ, ୧୪/୦୯: ବ୍ରିକ୍ସ ସମ୍ମିଳନୀର ଆୟୋଜନ କରିଛି ଭାରତ । ଋଷ ଏବଂ ଚାଇନା ଭଳି ଦେଶର ରାଷ୍ଟ୍ରପତି ଭାରତ ଆସିଛନ୍ତି । ବିଶ୍ୱ ଦରବାରରେ ଭାରଦର ଦବଦବା ବଢିଛି । ଏସବୁ ଭିତରେ ବାଲାଂଦେଶ ମଧ୍ୟ ନିଜ ରୂପ ବଦଳାଇଛି । ପୂର୍ବରୁ ଭାରତକୁ ଜବାବ ଦେଉଥିବା ବାଂଲାଦେଶ ଏବେ ଆଲୋଚନା କରିବାକୁ ରାଜି ଅଛି । ଦୁଇ ଦେଶର ସମ୍ପର୍କକୁ ଆଗଭଳି ମଜବୁତ କରିବା ପାଇଁ ବାଂଲା ସରକାର ଇଚ୍ଛୁକ ରହିଛନ୍ତି ।

ବାଂଲାଦେଶର ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ବ୍ରିକ୍ସରେ ବାଂଲାଦେଶକୁ ନିମନ୍ତ୍ରଣ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲା । ଦୁଇ ଦିନିଆ ବ୍ରିକ୍ସି ସମ୍ମିଳନୀ ରବିବାର ଶେଷ ହୋଇଛି । ଭାରତ ଏଥିରେ ବିଷ୍ଟେକର ଅଧ୍ୟକ୍ଷଙ୍କୁ ନିନ୍ତ୍ରଣ କରିଥିଲା । ହେଲେ ବାଂଲାଦେଶପ୍ରଧାନମନ୍ତ୍ରୀକୁ ନିମନ୍ତ୍ରଣ କରାଯାଇ ନଥିଲା ।

Also Read :- ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ୬ଟି ଗାଡ଼ିରେ ୨୦ ଜଣ ଗୋଡେଇ ଗୋଡେଇ ପିଟିଲେ

ଏସବୁକୁ ନେଇ ବାଂଲା ବୈଦଶିକ ମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ଯେ, ସେ ଏକ ନୂଆ ସମ୍ପର୍କ ଦିଗରେ ଆଗଭର ଅଛନ୍ତି । ଏହା ଦୁଇପାକ୍ଷିକ ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ । ବାଂଲାଦେଶ ଭାରତକୁ ସକରାତ୍ମକ ଦୃଷ୍ଟିରେ ଦେଖିବା ଆବଶ୍ୟକ । ଦେଶକୁ ନିଜ ହିତ ପ୍ରତି ଧ୍ୟାନ ଦେବାକୁ ପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଆକର୍ଷଣରୁ ବାହାରିବାକୁ ହେବ । ଭାରତ କେବଳ ଗୋଟିଏ ଦେଶ । ଏହାସହ ବାଂଲାଦେଶ ଉତ୍ତମ ସମ୍ପର୍କ ଚାହୁଁଛି । ପ୍ରଧାନମନ୍ତ୍ରୀ ତାରିକ ରେହମାନ ସେପ୍ଟେମ୍ବର୨୧ରେ ୟୁଏନର୮୧ତମ ଅଧିବେଶରେ ଭାଗ ନେବେ ।୨୬ତାରିଖ ଯାଏଁ ସେ ସେଠାରେ ରହିବେ । ସେଠାରେ ସେ ମହାସଭାକୁ ସମ୍ବୋଧନ କରିବେ ବୋଲି କବୀର କହିଛନ୍ତି ।