ନୂଆଦିଲ୍ଲୀ-; ବାଙ୍ଗଲାଦେଶରେ ଶେଖ ହସିନା ସରକାର ପରିବର୍ତ୍ତନ ହେବାର ଦୀର୍ଘ ଦିନ ଦିନ ପୂର୍ବରୁ ହୋଇଥିଲା ସାଙ୍ଘାତିକ ଷଡଯନ୍ତ୍ର l ଘଟଣା ପଛରେ ଥିଲା ବିଦେଶୀ ସାମ୍ବାଦିକଙ୍କ ହାତ ! ଏହି ଯୋଜନା ପରବର୍ତ୍ତୀ ସମୟରେ ବିସ୍ପୋରକ ରୂପ ନେଇଥିଲା l ତେବେ କିଏ କରିଥିଲା ଏହି ଷଡଯନ୍ତ୍ର ଆଉ କାହିଁକି ହୋଇଥିଲା ଏହି ଷଡଯନ୍ତ୍ର ? ସୁଚନା ମୁତାବକ ଛାତ୍ର ସଙ୍ଗଠନ ଗୁଡିକ ମହମ୍ମଦ ୟୁନୁସ୍ ସରକାରକୁ ନେତୃତ୍ୱ ଦେବାକୁ ଚାହୁଁଥିଲେ l ଛାତ୍ର ଏବଂ ୟୁନୁସ୍ ମଧ୍ୟରେ ବୈଠକ ଆୟୋଜନ ପଛର ମୁଖ୍ୟ ସୂତ୍ର ଧର ଥିଲେ AFP ନିଉଜ ଏଜେନ୍ସି ର ସାମ୍ବାଦିକ କାଦେରୁଦ୍ଦିନ୍ ଶିଶିର l କିଛି ଏଭଳି ଦାବି କରିଛନ୍ତି ମହମ୍ମଦ ୟୁନୁସ ଙ୍କ ପୂର୍ବତନ ପ୍ରେସ୍ ସଚିବ ଶଫିକୁଲ୍ ଆଲାମ୍, ଯିଏ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।

ଅଗଷ୍ଟ ୫, ୨୦୨୪ ରେ ବାଂଲାଦେଶ ଛାଡି ଚାଲିଯାଇଥିଲେ ଶେଖ୍ ହାସିନା । ଏହାର ଦୁଇ ଦିନ ପୂର୍ବରୁ ହିଁ ୟୁନୁସ୍ ଏବଂ ଛାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ହିଁ ବିପ୍ଳବର ସୂତ୍ରପାତ କରାଯାଇଥିଲା।ସଫିକୁଲ ଆଲାମଙ୍କ ଅନୁସାରେ ,ଛାତ୍ର ନେତାମାନଙ୍କୁ ୟୁନୁସଙ୍କ ନିକଟକୁ ସେମାନଙ୍କର ବାର୍ତ୍ତା ପହଞ୍ଚାଇବା ପାଇଁ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କ ଆବଶ୍ୟକତା ଥିଲା। ଠିକ ଏହି ସମୟରେ କାଦେରୁଦ୍ଦିନ ଶିଶିର ଦୁଇ ଦଳ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ। ଆଲମ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଆଲୋଚନା ବିଷୟରେ ଅଜ୍ଞ ଥିଲେ। ଯଦି କର୍ତ୍ତୃପକ୍ଷ ଏହା ବିଷୟରେ ଅବଗତ ହୋଇଥାନ୍ତେ, ତେବେ ଶିଶିର ଏବଂ ସମଗ୍ର AFP ବିପଦରେ ପଡ଼ିଥାନ୍ତେ। ଆଲମ ଆଲୋଚନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିନଥିଲେ। ଶିଶିରଙ୍କ ଭୂମିକା ପ୍ରାରମ୍ଭିକ ଆଲୋଚନାରେ ସୀମିତ ଥିଲା ନା ଆଗକୁ ମଧ୍ୟ ସେ ଏହି ଆଲୋଚନରେ ସାମିଲ ଥିଲେ ଏ ବିଷୟରେ ଆଲାମଙ୍କ ପାଖରେ କୌଣସି ସୂଚନା ନଥିଲା l ପରବର୍ତ୍ତୀ ସମୟରେ ଛାତ୍ର ଆନ୍ଦୋଳନର ଜଣେ ପ୍ରମୁଖ ନେତା ନାହିଦ ଇସଲାମ ଆଲାମଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ, ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହୋଇଥିଲା।

ତେବେ ହସିନାଙ୍କ ସରକାର ଖିଲାପରେ କିପରି ଆରମ୍ଭ ହୋଇଥିଲା ଆନ୍ଦୋଳନ ? ୧୯୭୧ ମୁକ୍ତି ଯୁଦ୍ଧରେ ଲଢ଼ିଥିବା ଲୋକଙ୍କ ପରିବାର ପାଇଁ ୩୦% ପର୍ଯ୍ୟନ୍ତ ସରକାରୀ ଚାକିରି ସଂରକ୍ଷଣ କୁ ବିରୋଧ କରି ୨୦୨୪ ରେ ବାଙ୍ଗଲାଦେଶରେ ଛାତ୍ର ଆନ୍ଦେଳନ ଆରମ୍ଭ ହୋଇଥିଲା l ଛାତ୍ରଙ୍କ ଯୁକ୍ତିଥିଲା ଯେ ଏହା ସାଧାରଣ ଯୁବକମାନଙ୍କ ପାଇଁ ସରକାରୀ ଚାକିରି ପାଇବାର ସୁଯୋଗ ହ୍ରାସ କରୁଛି। ସେମାନେ ଚାହୁଁଥିଲେ ଚାକିରି ପାଇବାର ମାନଦଣ୍ଡ ପରୀକ୍ଷା,ଏବଂନିଯୁକ୍ତିର ଯୋଗ୍ୟତା ଉପରେ ଆଧାରିତ ହେଉ। ଏହି ଦାବିକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଧୀରେ ଧୀରେ ସରକାରଙ୍କ ବିରୋଧରେ ଏକ ପ୍ରତିବାଦରେ ପରିଣତ ହୋଇଥିଲା। ସରକାରୀ କାର୍ଯ୍ୟାନୁଷ୍ଠାନରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ଜାତିସଂଘର ଆକଳନ ଅନୁଯାୟୀ, ୨୦୨୪ ଜୁଲାଇରୁ ଅଗଷ୍ଟ ମଧ୍ୟରେ ପ୍ରାୟ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

ପରବର୍ତ୍ତୀ ସମୟରେ ସ୍ତିତି ଏଭଳି ବିଗିଡି ଯାଇଥିଲା ଯେ ଉତ୍ୟକ୍ତ ଲୋକ ଦେଶର ପ୍ରଧାନ ମନ୍ତ୍ରୀଙ୍କ ବାସଭବନ ଭିତରେ ପଶି ଭଙ୍ଗାରୁଜା କରିବାକୁ ପଛେଇ ନଥିଲେ l ଏହାପରେ ବାଙ୍ଗଲାଦେଶରେ ଦୀର୍ଘ ଦିନର ସ୍ଥାଇ ସରକାରଙ୍କ ଅନ୍ତ ଘଟିଥିଲା l ଗଠନ ହୋଇଥିଲା ୟୁନୁସଙ୍କ ଅନ୍ତରୀଣ ସରକାର ପରେ କ୍ଷମତାକୁ ଆସିଥିଲେ ତାରିକ ରହମାନ । ୟୁନୁସଙ୍କ ଅନ୍ତରୀଣ ସରକାରଙ୍କ କାର୍ଯ୍ୟ ଥିଲା ନିର୍ବାଚନ କରିବା ଏବଂ ଏକ ନିର୍ବାଚିତ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବା। ଏହାକୁ ହାସଲ କରିବା ପାଇଁ, ଫେବୃଆରୀ ୧୨ , ୨୦୨୬ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ସଂସଦର ୩୦୦ ଆସନ ମଧ୍ୟରୁ ୨୦୯ଟି ଆସନ ଜିତି ଏକ ବିଶାଳ ବିଜୟ ହାସଲ କରିଥିଲା।

ଏବେ ପୁଣି ଦେଶକୁ ଫେରିବାକୁ ଚାହୁଁ ଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା l ଶେଖ୍ ହସିନା ଅକ୍ଟୋବର ୧୯, ୨୦୨୬ ରେ କହିଥିଲେ ଯେ ସେ ଡିସେମ୍ବରରେ ତାଙ୍କ ଦେଶକୁ ଫେରିବେ। ଖାଲି ସେତିକି ନୁହେଁ ସେ କହିଥିଲେ ''ବାଂଲାଦେଶର ବର୍ତ୍ତମାନର ତାରିକ ରହମାନ ସରକାର ତାଙ୍କୁ ଗିରଫ କରିପାରିବେ, ହତ୍ୟା କରିପାରିବେ କିମ୍ବା ନିର୍ଯାତନା ଦେଇପାରିବେ, କିନ୍ତୁ ସେ ଏହି ଧମକକୁ ଭୟ କରନ୍ତି ନାହିଁ। ହସିନା କହିଥିଲେ ବିପଦ ଯେତେ ଭୟଙ୍କର ହେଉନା କାହିଁକି,ସେସବୁକୁ ସେ ଖାତିର କରନ୍ତି , ତାଙ୍କୁ ତାଙ୍କ ଦେଶକୁ ଫେରିବାକୁ ହିଁ ପଡିବ।

also read- ପାକିସ୍ତାନରେ ମାତ୍ର ୧.୭% ହିନ୍ଦୁ : ଯୁବତୀ-ନାବାଳିକାଙ୍କୁ ଅପହରଣ ପରେ ଜବରଦସ୍ତି ଧର୍ମ ପରିବର୍ତ୍ତନ !

ଅନ୍ୟପଟେ ତାରିକ ରହମାନଙ୍କ ସରକାର ଶେଖ ହାସିନାଙ୍କ ବାଂଲାଦେଶକୁ ପ୍ରତ୍ୟର୍ପଣ ପାଇଁ ବାରମ୍ବାର ଦାବି ଉଠାଇଛନ୍ତି। ଏହି ପ୍ରସଙ୍ଗ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଛି।ଭାରତ ତାରିକ ରହମାନଙ୍କୁ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା। ଏହା ବ୍ୟତୀତ, ଭାରତ ଫେବୃଆରୀ ମାସରୁ ତାଙ୍କୁ ଭାରତ ଗସ୍ତ ପାଇଁ ପୃଥକ ନିମନ୍ତ୍ରଣ ମଧ୍ୟ କରିଥିଲା।ତଥାପି, ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଭାରତ ଗସ୍ତ କରିନାହାଁନ୍ତି। ହାସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର କାରଣ ହୋଇ ରହିଛି l ତେବେ ଶେଖ ହସିନା କେଉଁ ଦିନ ବାଙ୍ଗଲାଦେଶ ଫେରିବେ ସେ ନେଇ କୌଣସି ନିର୍ଦ୍ଧିଷ୍ଠ ତାରିଖ ଘୋଷଣା କରିନଥିବା ବେଳେ ସମସ୍ତଙ୍କ ନଜର ଏବେ ହସିନାଙ୍କ ବାଙ୍ଗଲାଦେଶ ଫେରିବାର ଘୋଷଣା ଉପରେ ରହିଛି l