ବାରିପଦା ୧୫।୦୯ : ବଡ଼ଧରଣର ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୭ ଅଟକ ହୋଇଛନ୍ତି । ଏହାସହ ଏକ କାର ମଧ୍ୟ ଜବତ ହୋଇଛି। ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ କିଛି ଦୁର୍ବୃତ୍ତ ପଶି ଲୁଟ୍ ଉଦ୍ୟମ ଚଳାଇଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା ବୈଶିଙ୍ଗା ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ପୋଲିସ ଗାଡ଼ିର ସାଇରନ ଶୁଣି ଡକାୟତ ଦଳ ତରବରିଆ ଭାବେ ଏକ କାର୍ ଯୋଗେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଲୁଟେରାମାନଙ୍କ ପିଛା କରି ବୈଶିଙ୍ଗା ଛକ ନିକଟରେ କାର୍ ଟିକୁ ଘେରା ବନ୍ଦୀ କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

Also Read:-ମୋଦି ଥିଲେ ସବୁ ସମ୍ଭବ...ବିଶ୍ୱରେ ବଢିଛି କୋରାପୁଟ କଫିର ଚାହିଦା, ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ସେପଟେ ଘଟଣାସ୍ଥଳରୁ ଅପରାଧରେ ବ୍ୟବହୃତ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା ଏକ କାର୍ ଜବତ କରାଯିବା ସହ ୭ ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଏହି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ବ୍ୟାଙ୍କ ଚୋରି ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।