ସୋର ୦୯।୦୭ : ଚାଲିଥିଲା ବେଆଇନ କାମ । ପ୍ରଶାସନର ଚଢାଉରେ ନର୍ସିଂ ହୋମ ସିଲ୍ । ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ ନର୍ସିଂ ହୋମକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହାସହିତ ଏହି ବେଆଇନ କାମ ପଛରେ କିଏ କିଏ ସାମିଲ ଅଛନ୍ତି । ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ନର୍ସିଂ ହୋମରେ ଗତ କିଛି ଦିନ ହେବ ବେଆଇନ କାର୍ଯ୍ୟକଳାପ ଚାଲିଥିଲା । ତେଣୁ ଜିଲ୍ଲା ପ୍ରଶାସନ ଏ ସଂପର୍କରେ ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ବିଭିନ୍ନ ପ୍ରକାରର କାଗଜପତ୍ର ଜବତ କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ବର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସୋର ଓ ବାହାନଗା ତହସିଲଦାରଙ୍କ ସହ ସୋର ମେଡିକାଲର ବରିଷ୍ଠ ଅଧିକାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ I

ସେପଟେ ଚଢ଼ାଉ ବେଳେ ନସିଂ ହୋମ ମାଲିକ ଫେରାର ହୋଇଯାଇଛନ୍ତି। ମାଲିକଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । କିଏ କିଏ ସବୁ ଏହି ବେଆଇନ କାର୍ଯ୍ୟ କଳାପରେ ସାମିଲ ଥିଲେ । ସେନେଇ ଛାନ୍‌ଭିନ୍ ମଧ୍ୟ ଆରମ୍ଭ ହୋଇଛି ।