ପାଳଲହଡା ୨୩/୦୧: ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ଗ୍ରାମବାସୀ ମାନଙ୍କ ଦ୍ଵାରା ଉଦ୍ଧାର । ବିଦ୍ୟୁତ କାଟି ନିଜ ଦାଇତ୍ୱ ସାରିଦେଲେ ବନ ବିଭାଗ । ସେପଟେ ଉଦ୍ଧାର ପରେ ବି ଗ୍ରହଣ କଲାନି ହାତୀପଲ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁରରେ ଦେଖିବାକୁ ମିଳିଛି ଘଟଣା ।

ବ୍ରିଜ ନିକଟ ରେଙ୍ଗାଳି ଜଳଭଣ୍ଡାର ସରଂକ୍ଷିତ ଜଳରାଶିରେ ହରିପୁର ଗ୍ରାମ ପଟରୁ ଚଷାଗୁରୁଜାଙ୍ଗ ପଟକୁ ୧୧ ଟିକିଆ ହାତୀପଲ ପାର ହେଉଥିଲେ । ଏହି ସମୟରେ ଜଳରାଶିରେ ଥିବା ମାଛ ଜାଲରେ ଏକ ମାସ ବୟସର ହାତୀଛୁଆ ଜାଲରେ ଫସି ଯାଇଥିଲା । ରାତି ସାରା ହାତୀ ପଲ ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଏମିତିକି ରାତି ସାରା ଗ୍ରାମ ନିକଟରେ ଉତ୍ପାତ ମାଚାଇ ଥିଲେ ।

ରାତିରେ ଗ୍ରାମବାସୀ ମନେ ହାତୀ ଥିବା ଘଟଣା ବନ ବିଭାଗକୁ ଜଣାଇଥିଲେ ସୁଦ୍ଧା ବନବିଭାଗ ବିଦ୍ୟୁତ ଲାଇନ କାଟି ନିଜ ଦାୟିତ୍ୱ ସାରିଦେଇଥିଲେ । ସକାଳ ୫ଟା ସମୟ ମତ୍ସ୍ୟଜୀବୀ ମାନେ ଜାଲରୁ ମାଛ ଆଣିବାକୁ ଯାଇ ଜାଲରେ ହାତୀ ଛୁଆ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ ବିଳମ୍ବରେ ସକାଳ ୮ଟାରେ ଚଷାଗୁରୁଜାଙ୍ଗ/ ସିଆରିମାଳିଆ ବିଟ ବନପାଳ ରଞ୍ଜିତା ବେହେରା ତିନି ଚାରି ଜଣ ବନ କର୍ମଚାରୀ ସହିତ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ବହୁ ବିଳମ୍ବ ହେବାରୁ ଗ୍ରାମବାସୀ ମନେ ପାଣି ଭିତରେ ପଶି ହାତୀ ଛୁଆକୁ ଜାଲ କାଟି ଉଦ୍ଧାର କରିଥିଲେ । ୧୨ ଘଣ୍ଟା ପାଣି ଭିତରେ ଥିବା ହାତୀ ଛୁଆ ଉଦ୍ଧାର ପରେ ବନବିଭାଗ ତାର ଚିକିତ୍ସା କରିବା ପରିବର୍ତ୍ତେ ପବିତ୍ରପୁର ଆମ୍ବ ତୋଟା ରେ ଥିବା ହାତୀପଲଙ୍କ ନିକଟରେ ଛାଡିବାକୁ ଚେଷ୍ଟା କରୁଥିବା ବେଳେ ହାତୀ ପଲ ଛୁଆକୁ ସ୍ୱୀକାର କରୁନଥିବା ଜଣାପଡିଛି । ହାତୀପଲ ଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ବେକେ ଗୋଟିଏ ଦିନ ଅପେକ୍ଷା କରିବୁ ।

ଯଦି ହାତୀଛୁଆକୁ ହାତୀପଲ ସ୍ୱୀକାର ନ କରନ୍ତି ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ ବୋଲି ବାରକୋଟ ବନାଞ୍ଚଳ ଅଧିକାରୀ ଅନିଲ କୁମାର ନାଏକ ପ୍ରକାଶ କରିଥିଲେ । ୱାଇଲଡ ଲାଇଫ ଉଦ୍ଧାର ଦଳ ଓ ବନକର୍ମଚାରୀ ମାନଙ୍କ ଘଟଣା ସ୍ଥଳରେ ବିଳମ୍ଭରେ ପହଞ୍ଚିବା ଓ ବାରମ୍ବାର ଫୋନ କରିବା ପରେ ଫୋନ ଉଠାଇନଥିବାରୁ ଗ୍ରାମବାସୀ ମାନଙ୍କ ମାଧ୍ୟ୍ୟ ଅସନ୍ତୋଷ ଭାବ ଦେଖିବାକୁ ମିଳିଥିଲା ।