ଭୁବନେଶ୍ୱର ୩୧।୦୧ : ପୂର୍ବଶତ୍ରୁତାରୁ ବୁଲିଲା ଖଣ୍ଡା । ରାସ୍ତାରେ ବୋହିଲା ରକ୍ତ । ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିକଟରେ ଜଣେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରୁଛି ।

ଖବର ଅନୁଯାୟୀ, ଖଣ୍ଡଗିରି ଯାତ୍ରା ଦେଖି ଫେରୁଥିଲେ ଚିଣ୍ଟୁ ନାମକ ଜଣେ ଯୁବକ । ଏହି ସମୟରେ ଏମ୍‌ସ ରାସ୍ତାରେ ହଠାତ୍‌ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଆସି ଖଣ୍ଡାରେ ଆକ୍ରମଣ ଲହୁଲୁହାଣ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସେପଟେ ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଏହାସହ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ।