Himanta Biswa Sarma winଆସାମରେ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ଆସନ ଜିତିଏକକ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି। ଦଳ ଆଉ ମାତ୍ର ଗୋଟିଏ ଆସନରେ ଆଗୁଆ ଚାଲୁଛି। ଯଦି ଜିତିଯାଏ,ତେବେ ବିଜେପି ସେଠାରେ ୮୨ ଆସନ ଜିତି ପୁଣିଥରେ ସରକାର ଗଠନ କରିବ।

ତେବେ ସବୁଠାରୁ ବଡ଼ କଥା ହେଲା ଆସାମରେ ବିଜେପିର ପୋଷ୍ଟର ମ୍ୟାନ୍ ହିମନ୍ତ ବିଶ୍ୱ ଶର୍ମା ବଡ଼ ବିଜୟ ହାସଲ କରିଛନ୍ତି। ହିମନ୍ତ ଜାଲୁକବାଡ଼ି ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ବିଦିଶା ନିୟୋଗଙ୍କୁ ୮୯,୪୩୪ଭୋଟରେ ପରାସ୍ତ କରିଛନ୍ତି। ଏହାକୁ ମିଶାଇ ହିମନ୍ତ ଲଗାତର ୬ ଥର ଏହି ଆସନରୁ ବିଜୟୀ ହୋଇଛନ୍ତି। ବିଶ୍ୱ ଶର୍ମା ୧୯୯୬ ମସିହାରେ ଜାଲୁକବାଡ଼ି ନିର୍ବାଚନମଣ୍ଡଳୀରୁ ତାଙ୍କର ପ୍ରଥମ ନିର୍ବାଚନରେ ପରାସ୍ତ ହୋଇଥିଲେ। ହେଲେ ୨୦୦୧ ମସିହାରୁ ସେ କ୍ରମାଗତ ଏହି ଆସନରୁ ବିଜୟୀ ହେଉଛନ୍ତି।

ଗତ ନିର୍ବାଚନ ଅପେକ୍ଷା ବିଶ୍ୱ ଶର୍ମାଙ୍କ ବିଜୟୀ ବ୍ୟବଧାନ କମ ରହିଛି। କାରଣ୨୦୨୧ ମସିହାରେ ଯେତେବେଳେ ସେ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ,ସେତେବେଳେ ଶର୍ମାଙ୍କ ବିଜୟ ବ୍ୟବଧାନ ୧,୦୧,୦୦୦ ଭୋଟ ଥିଲା।ପ୍ରଥମ ପର୍ଯ୍ୟାୟରୁ ଆଗୁଆ ଥିବା ଶର୍ମା ୧,୨୭,୧୫୧ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିଓଗ ୧୩ ତମ ପର୍ଯ୍ୟାୟ ଗଣନା ଶେଷରେ ମାତ୍ର ୩୭,୭୧୭ ଭୋଟ ପାଇଛନ୍ତି।

ହାରିଗଲେ ଗୌରବ ଗୋଗୋଇ

ଆସାମ ବିଧାନସଭା ନିର୍ବାଚନ ୨୦୨୬ରେ କଂଗ୍ରେସ ଅତି ଖରାପ ପ୍ରଦର୍ଶନ କରିଛି। ଦଳ ଯାହାଙ୍କ ଚେହେରାରେ ଦଳ ନିର୍ବାଚନ ଲଢୁଥିଲା ସେହି ଚେହେରା ରାହୁଲ ଗାନ୍ଧୀଙ୍କ ବବ୍ବର ଶେର୍ (ସିଂହ) ତଥା ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇ ହାରି ଯାଇଛନ୍ତି। ଗୌରଭ ଜୋରହାନଟ ବିଧାନସଭା ଆସନରୁ ଏଥର ନିର୍ବାଚନ ଲଢ଼ୁଥିଲେ। ସେ ବିଜେପି ପ୍ରତିପକ୍ଷ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ଠାରୁ ୨୩, ୧୮୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

୧୪ ରାଉଣ୍ଡ ଗଣନା ପରେ ଜୋରାହାଟରେ ବର୍ତ୍ତମାନର ବିଜେପି ବିଧାୟକ ଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ୬୯,୪୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ଗୋଗୋଇ ୪୬,୨୫୭ ଭୋଟ ପାଇ ପଛରେ ରହିଯାଇଛନ୍ତି।