Assam cops at Pawan Kheras home: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ତାଙ୍କ ପତ୍ନୀ ରିନିକି ଶର୍ମାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପରେ କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପହଞ୍ଚିଲା ଆସାମ ପୁଲିସ। ଦିଲ୍ଲୀ ପୁଲିସ ସହ ମିଶି ଆସାମ ପୁଲିସ ମଙ୍ଗଳବାର ଦିଲ୍ଲୀ ସ୍ଥିତ ଖେଡ଼ାଙ୍କ ବାସଭବନରେ ପହଞ୍ଚିଛି।

ସୋମବାର ହିମନ୍ତ ଓ ତାଙ୍କ ପତ୍ନୀ ରିନିକି ଖେଡାଙ୍କ ବିରୁଦ୍ଧରେ ଥାନାରେ ମାମଲା କରିଥିଲେ। ଏହାପରେ ଆସାମ ପୁଲିସର ୪ ଜଣିଆ ଟିମ୍ ଖେଡ଼ାଙ୍କର ନିଜାମୁଦ୍ଦିନ ବାସଭବନରେ ପଞ୍ଚିଛି। ଏଥିରେ ଦିଲ୍ଲୀ ପୁଲିସ ସହଯୋଗ ମଧ୍ୟ କରିଛି। ତେବେ ପବନ ଖେଡ଼ା ତାଙ୍କ ବାସଭବନରେ ନଥିବା ଜାଣିବା ପରେ ସେ ଫେରିବା ପର୍ଯ୍ୟନ୍ତ ପୁଲିସ ଅପେକ୍ଷା କରିବ ବୋଲି କହିଛି।

ରବିବାର ପବନ ଖେଡ଼ା ଏକ ସମ୍ବାଦିକ ସମ୍ମିଳନୀ କରି ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ୟୁଏଇଇଜିପ୍ଟ, ଆଣ୍ଟିଗୁଆ ଏବଂ ବାରବୁଡାର ତିନୋଟି ବିଦେଶୀ ପାସପୋର୍ଟ ଅଛି ଏବଂ ସେ ଦୁବାଇରେ ସମ୍ପତ୍ତି ସହିତ ୱାୟୋମିଂ(Wyoming)ର କମ୍ପାନୀଗୁଡ଼ିକ ସହିତ ଜଡିତ ସମ୍ପତ୍ତି ମଧ୍ୟ ରଖିଛନ୍ତି।

ଏହାକୁ ନେଇ ସେହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ। ଖେଡ଼ା କହିଥିଲେ ଯେ ଭାରତୀୟ ଆଇନ ଅନୁସାରେ, ଆପଣ ପାଖରେ ଦୁଇଟି ନାଗରିକତା ରହିପାରିବ ନାହିଁ। କଣ ରିନିକିଙ୍କ ପାଖରେ ଭାରତୀୟ ପାସ୍ପୋର୍ଟ ବି ଅଛି?ସେହିପରି ହିମନ୍ତ ବିଶ୍ୱ ଶର୍ମାଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରା ଖେଡ଼ା କହିଥିଲେହିମନ୍ତ ବିଶ୍ୱ ଶର୍ମା କଣ ଅମିତ ଶାହଙ୍କ ପାଳିତ ପୁଅ କି?ଦେଶର ଗୃହମନ୍ତ୍ରୀ ଜାଣନ୍ତି, କି, ଯେ ତାଙ୍କ ପାଳିତ ପୁତ୍ର ବୋଧୁଙ୍କର ୩ ଦେଶର ପାସ୍ପୋର୍ଟ ଅଛି ବୋଲି?
କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ହିମନ୍ତ ଚେତାବନୀ
ଖେଡ଼ାଙ୍କ ଅଭିଯୋଗ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ନକଲି ଡକ୍ୟୁମେଣ୍ଟ ଦେଖାଇ ପ୍ରସଙ୍ଗ ଉଠାଇଲେ ୪୨୦, ୪୬୮ ଧାରା ଲାଗିବ, ସେହିଭଳି ଏଥିରେ ନିର୍ବାଚନ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଆଜୀବନ କାରାବାସର ସଜା ବି ରହିଛି ବୋଲି ବିଶ୍ୱ ଶର୍ମା ଚେତାବନୀ ଦେଇଛନ୍ତି। ଖେଡ଼ାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ଶ୍ରୀ ଶର୍ମା କହିଛନ୍ତି ଯେ ଆମ ରିସର୍ଚ୍ଚରେ ଆମେ ଜାଣିବାକୁ ପାଇଲୁ ଯେ ଖେଡ଼ା ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିବା ସବୁ ଡକ୍ୟୁମେଣ୍ଟ ପାକିସ୍ତାନ ସୋସିଆଲ୍ ମିଡିଆ ଗ୍ରୁପରୁ ଅଣାଯାଇଛି।ଗତ ୧୦ ଦିନରେ,ପାକିସ୍ତାନ ଚ୍ୟାନେଲ ଆସାମ ନିର୍ବାଚନ ଉପରେ ଅତି କମରେ ୧୧ ଟି ଟକ୍ ଶୋ କରିଛି।ପାକିସ୍ତାନର ଲିଙ୍କ୍ ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।
ରିନିକି ଭୂୟା ଶର୍ମା କ’ଣ କହିଲେ ?

ଖେଡ଼ାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ଓ ଏଆଇ ଜେନେରେଟେଡ ଡକ୍ୟୁମେଣ୍ଟ ବୋଲି କହିଛନ୍ତି ରିନିକି ଶର୍ମା। ଭାରତ ଦେଶରେ ଦ୍ୱେତ ପାସ୍ପୋର୍ଟ ରଖିବା ଅନୁମତି ନାହିଁ। ମୋ ପାଖରେ କୌଣସି ଦେଶର ପାସ୍ପୋର୍ଟ ନାହିଁ କି ବିଦେଶରେ ସମ୍ପତ୍ତି ନାହିଁ। ଏହା ସମ୍ପୂର୍ଣ୍ଣ ମିଛ। ପରିବାରକୁ ବଦନାମ କରିବାକୁ ଏହି ଅଭିଯୋଗ ଅମାଯାଇଛି ବୋଲି ସେ କହିଛନ୍ତି।