ଭୁବନେଶ୍ବର: ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ସର୍ବଦା ଅରୁନ୍ଧତୀ ଜୁଏଲର୍ସର ମୂଳ ପରିଚୟ ହୋଇଆସିଛି। ଆମ ମାଟିର ଏହି ମହକକୁ ଏବଂ ଓଡ଼ିଆ ପରମ୍ପରାକୁ ଆହୁରି ନିବିଡ଼ ଭାବରେ ଦର୍ଶାଇବା ପାଇଁ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏକ ଅଭିନବ ତଥା ହୃଦୟସ୍ପର୍ଶୀ ନୂତନ TV ବିଜ୍ଞାପନ (TVC) ଉନ୍ମୋଚନ କରାଯାଇଛି। ଏହି ସ୍ବତନ୍ତ୍ର ବିଜ୍ଞାପନରେ ଓଡ଼ିଶାର ୫ ଗୋଟି ଭିନ୍ନ ଭିନ୍ନ ସାଂସ୍କୃତିକ ବିବାହର ଅନନ୍ୟ ରୂପକୁ ଅତି ନିଖୁଣ ଭାବରେ ଚିତ୍ରଣ କରାଯାଇଛି।

ଓଡ଼ିଆ ବିବାହର ସେହି ପବିତ୍ର ରୀତିନୀତି, ପାରମ୍ପରିକ ବେଶଭୂଷା, ପରିବାରର ଆବେଗ, ଏବଂ ଆମ ନିଜସ୍ବ ସଂସ୍କୃତିର ବାସ୍ତବିକତାକୁ ଏହି TVC ମାଧ୍ୟମରେ ଏକ ସୁନ୍ଦର କାହାଣୀ ରୂପେ ଉପସ୍ଥାପନ କରାଯାଇଛି । ଏହି ବିଜ୍ଞାପନରେ ଦର୍ଶାଯାଇଛି ଯେ, ଭିନ୍ନ ଭିନ୍ନ ଭାଷା ଓ ରୀତିନୀତିର ବିବିଧତା ଭିତରେ ମଧ୍ଯ ଆମ ସଂସ୍କୃତି, ଆମ ପରମ୍ପରା ଅଭିନ୍ନ । ପ୍ରତିଟି ଅଳଙ୍କାର କେବଳ ଏକ ଗହଣା ନୁହେଁ, ବରଂ ନୂଆ ସମ୍ପର୍କ ଓ ପିଢ଼ିରୁ ପିଢ଼ି ହସ୍ତାନ୍ତର ହେଉଥିବା ଆଶୀର୍ବାଦର ଏକ ଅମୂଲ୍ୟ ପ୍ରତୀକ । ଏହି ଅବସରରେ ଅରୁନ୍ଧତୀ ଗ୍ରୁପ୍ର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଛନ୍ତି ‘‘ ଆମ ମାଟିର ସମୃଦ୍ଧ ସଂସ୍କୃତିକୁ ସମସ୍ତଙ୍କ ସମ୍ମୁଖରେ ଏକ ନୂଆ ରୂପରେ ପହଞ୍ଚାଇବା ହେଉଛି ଏହି ପ୍ରୟାସର ମୂଳ ଲକ୍ଷ୍ୟ ।’’

ଅରୁନ୍ଧତୀ ଜୁଏଲର୍ସରୁ ‘ସ୍ବର୍ଣ୍ଣ ଅକ୍ଷୟ ଅଫର୍’

ପବିତ୍ର ଅକ୍ଷୟ ତୃତୀୟାର ଏହି ଭବ୍ୟ ଅବସରରେ ଓଡ଼ିଶାବାସୀଙ୍କ ଖୁସିକୁ ଦ୍ବିଗୁଣିତ କରିବା ପାଇଁ ଅରୁନ୍ଧତୀ ଜୁଏଲର୍ସ ନେଇଆସିଛି "ସ୍ବର୍ଣ୍ଣ ଅକ୍ଷୟ ଅଫର"। ଯେଉଁଠି ଓଡ଼ିଶାବାସୀଙ୍କୁ ମିଳିବ ଓଡ଼ିଶା ବଜାରର ସର୍ବୋତ୍ତମ ଡ଼ିଜାଇନ ଉପରେ ସର୍ବନିମ୍ନ ଗଢା ମଜୁରୀର ସୁନିଶ୍ଚିତ ପ୍ରତିଶୃତି । ଏହି ଅଫର ମାଧ୍ୟମରେ ଗ୍ରାହକମାନଙ୍କୁ ସମସ୍ତ ସୁନା ଓ ରୂପା ଅଳଙ୍କାରର ଗଢ଼ା ମଜୁରୀ ଉପରେ ୫୦% ପର୍ଯ୍ୟନ୍ତ ବଡ଼ ରିହାତି ମିଳିବା ସହ ପ୍ରତ୍ୟେକ ହୀରା ଗହଣାର ହୀରା ମୂଲ୍ୟ ଉପରେ ମିଳିବ ୨୫% ପର୍ଯ୍ୟନ୍ତ ମହା ବଚ୍ଚତ।

ଏହା ସହ ଅରୁନ୍ଧତୀ ବାନ୍ଧକଳା ପ୍ରିମିୟମ ସମ୍ବଲପୁରୀ ଶାଢ଼ୀ ଉପରେ ୫୦% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ରହିଛି । ଏହି ପବିତ୍ର ଅକ୍ଷୟ ତୃତୀୟାରେ ନୂଆ ଆରମ୍ଭର ଶୁଭାରମ୍ଭ କରିବା ପାଇଁ ଅରୁନ୍ଧତୀ ପରିବାର ତରଫରୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯିବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରାଯାଇଛି।