mamata Banerjee On TMC: କିଛି ସମୟ ପୂର୍ବରୁ ନିଲମ୍ବିତ ଟିଏମ୍‌ସି ନେତା ରିଜୁ ଦତ୍ତ ଟିଏମ୍‌ସିର ବଡ଼ ବିଦ୍ରୋହର ଭବିଷ୍ୟବାଣୀ କରିଥିଲେ। ମମତାଙ୍କ ଠାରୁ ଦଳ ଛଡାଇ ନେବା ପାଇଁ ୫୦ରୁ ଅଧିକ ବିଧାୟକ ଏକାଠି ହେଉଛନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ବିରୋଧୀମାନେ ଧୋକାବାଜଙ୍କ ସହ ମିଶିବା ମୋ ପାଇଁ ସବଠାରୁ ବଡ ଦୁଃଖର ବିଷୟ। ବିଜେପି ବିରୁଦ୍ଧରେ ରାଲି କରିବାକୁ କୋଲକାତା ପୁଲିସ ଅନୁମତି ଦେଉ ନଥିବାରୁ ଏହାକୁ ବିରୋଧ କରି ମନ୍ତବ୍ୟ ଦେବା ବେଳେ ବିଦ୍ରୋହୀଙ୍କୁ ସମାଲୋଚନା କରିଛନ୍ତି ମମତା। ସେ କହିଛନ୍ତି " ମୋର ଦୁଃଖ ହେଉଛି ଯେଉଁମାନେ ଜୀବନସାରା ମୋର ସମର୍ଥନ ପାଇଲେ, ଏବେ ସେମାନେ ବିଶ୍ୱାସଘାତକଙ୍କ ସହ ମିଶି ଯାଉଛନ୍ତି।"  

କେବଳ ସେତିକି ନୁହେଁ, ଯଦି କୋଲକାତା ପୁଲିସ ତାଙ୍କୁ ଆନ୍ଦୋଳନ କରିବାକୁ ନ ଦିଏ ତେବେ ଦଳ ଦିଲ୍ଲୀ ଯିବ। ଅନ୍ୟମାନଙ୍କୁ ରାଡନୈତିକ କାର୍ଯ୍ୟ କରିବାକୁ ଅନୁମତି ମିଳୁଛି। ହେଲେ ଆମକୁ ଅନୁମତି ଦିଆଯାଉ ନାହିଁ। ଆମକୁ ଅନୁମତି ନଦେଲେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ମମତା ବାନାର୍ଜୀ କହିଛନ୍ତି। ? ଯଦି ବିଜେପି ଚାହୁଁଛି ତେବେ ମୋତେ ଗିରଫ କରି ଦେଖାଅ ବୋଲି ମମତା ବିଜେପିକୁ ଆହ୍ୱାନ ଦେଇଛନ୍ତି।   

ମମତାଙ୍କୁ ବଡ଼ ଧୋକା

ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗ ଏବେ ବିରୋଧୀ ଶୂନ୍ୟ ହୋଇପାରେ। ଯେମିତି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସହ ହେଲା ଠିକ୍ ସେମିତି ମମତା ବାନାର୍ଜୀଙ୍କ ସହ ଘଟିପାରେ। ୩୦ ବର୍ଷ ତଳେ ମମତା ଯେଉଁ ଦଳକୁ ଗଠନ କରିଥିଲେ, ଏବେ ବିଦ୍ରୋହୀ ବିଧାୟକମାନେ ଷଡ଼ଯନ୍ତ୍ର କରି ମମତାଙ୍କ ଠାରୁ ସେହି ଦଳ ଛଡ଼ାଇ ନେଇପାରନ୍ତି। ଦଳ ସହ ଚିହ୍ନ, ସବୁ ନେଇଯିବେ ବିଦ୍ରୋହୀ ବିଧାୟକ। ଏକଥା ଆମେ କହୁ ନାହୁଁ, ଏହି ଭବିଷ୍ୟବାଣୀ କରିଛନ୍ତି ନିକଟରେ ଟିଏମ୍ସିରୁ ନିଲମ୍ବିତ ହୋଇଥିବା ନେତା ରିଜୁ ଦତ୍ତା।ତେବେ ରାଜ୍ୟରେ ବନ୍ଦ କବାଟ ଭିତରେ ଯାହା ଘଟୁଛି ସେଥିରେ ତାହା ଦେଖିଲେ ଲାଗୁଛି ସତରେ ମମତା ଏକା ହୋଇଯାଇପାରନ୍ତି। ମିଳିଥିବା ସୂଚନା ଅନୁସାରେ ଏକାଧିକ ବିଧାୟକ ଗୁପ୍ତ ବୈଠକ କରୁଛନ୍ତି। ଯେଉଁମାନେ ସାମୁହିକ ଭାବେ ଦଳ ଛାଡ଼ିପାରନ୍ତି। ପ୍ରାୟ ୫୦ ଜଣ ବିଧାୟକ ମମତାଙ୍କୁ ଅଲଗା କରି ଟିଏମ୍ସି ଦଳ ଓ ଏହାର ଚିହ୍ନ ଉପରେ ଦାବି ରଖିପାରନ୍ତି। ରିଜୁ ଦତ୍ତାଙ୍କର ଏହି ଦାବି ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି।

ରିଜୁ ଦତ୍ତାଙ୍କ ବିସ୍ଫୋରକ ଦାବି: ଟିଏମସି ଭିତରେ 'ବିଭୀଷଣ'

ରିଜୁ ଦତ୍ତାଙ୍କ ସୂଚନା ଅନୁସାରେ, ଟିଏମସି ଭିତରେ ଏବେ ପ୍ରାୟ ୫୦ ଜଣ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି, ଯେଉଁମାନଙ୍କୁ ସେ 'ବିଭୀଷଣ' ବୋଲି ସମ୍ବୋଧନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ବିଧାୟକମାନେ ଦଳର ବର୍ତ୍ତମାନର ନେତୃତ୍ୱ (ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀ) ଠାରୁ ଦୂରେଇ ଯାଉଛନ୍ତି ଏବଂ ଯେକୌଣସି ସମୟରେ ଦଳରେ ବଡ଼ ଧରଣର ବିଭାଜନ ହୋଇପାରେ।

ରିଜୁ ଦତ୍ତା ତାଙ୍କ ବୟାନରେ କିଛି ନିର୍ଦ୍ଦିଷ୍ଟ କାରଣ ବି ଦର୍ଶାଇଛନ୍ତି। ସେ କହିଛନ୍ତି ଆଇ-ପିଏସି (I-PAC)ର ଅତ୍ୟଧିକ ହସ୍ତକ୍ଷେପ ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ରିଜୁ ଦତ୍ତାଙ୍କ ଅଭିଯୋଗ ଅନୁସାରେ, ଟିଏମସିକୁ ଏକ ବାହ୍ୟ ସଂସ୍ଥା ଅର୍ଥାତ୍ 'ଆଇ-ପିଏସି' ଦ୍ୱାରା ନିୟନ୍ତ୍ରଣ କରାଯାଉଛି। ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତି ନେବାରେ ସେମାନଙ୍କର ପ୍ରାଧାନ୍ୟ ବଢ଼ିବାରୁ ପୁରୁଣା ନେତାମାନେ ଏବଂ ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି ବିଦ୍ରୋହୀ ନେତାମାନେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ସେମାନଙ୍କ ନେତୃତ୍ୱକୁ ପସନ୍ଦ କରୁ ନାହାନ୍ତି। ତାଙ୍କ ମତରେ, ଦଳର ସଂଗଠନ ଏବେ ଭୁଶୁଡ଼ି ପଡ଼ିଛି। କେବଳ ସେତିକି ନୁହେଁ, ରିଜୁ ଦତ୍ତା ଅଭିଯୋଗ କରିଛନ୍ତି ଯେ, ଟିଏମସିର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଦୁର୍ନୀତି ମାମଲା ଏବଂ ଇଡି (ED) ତଦନ୍ତ ଦଳକୁ ଏକ ଅଡ଼ୁଆ ପରିସ୍ଥିତିରେ ପକାଇଛି। ଏହା ମଧ୍ୟ ଦଳୀୟ ବିଧାୟକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

Also Read- ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମିଥ୍ୟା ଅପପ୍ରଚାର: କ୍ରୋଏସିଆରୁ ଚାଲିଛି ଷଡ଼ଯନ୍ତ୍ର, ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ

ରାଜନୈତିକ ସମୀକରଣରେ ପରିବର୍ତ୍ତନ

କେବଳ ଦଳୀୟ ସମାଲୋଚନା ନୁହେଁ, ରିଜୁ ଦତ୍ତାଙ୍କ ସୁଭେନ୍ଦୁ ଅଧିକାରୀଙ୍କ ପ୍ରତି ମନୋଭାବ ମଧ୍ୟ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଆଜିକାଲି ଶୁଭେନ୍ଦୁଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ସୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଉପରେ ଆକ୍ରମଣ ପରେ, ସୁଭେନ୍ଦୁ ଶାନ୍ତି ବଜାୟ ରଖିବାକୁ ଯେଉଁ ଆହ୍ୱାନ ଦେଇଥିଲେ, ତାହାକୁ ରିଜୁ ଦତ୍ତା ପ୍ରଶଂସା କରିଥିଲେ। ତାଙ୍କ କହିବା ଅନୁସାରେ, ଯଦି ସୁଭେନ୍ଦୁ ସେତେବେଳେ କ୍ରୋଧିତ ହୋଇ କିଛି ପଦକ୍ଷେପ ନେଇଥାନ୍ତେ, ତେବେ ବଙ୍ଗଳାରେ ବହୁ ସଂଖ୍ୟକ ଟିଏମସି କର୍ମୀଙ୍କ ଜୀବନ ଯାଇଥାନ୍ତା।

ତେବେ ରିଜୁ ଦତ୍ତାଙ୍କର ବଦଳୁଥିବା ଅବଭାବ ପରେ ରିଜୁ ଦତ୍ତା ବିଜେପି ଆଡ଼କୁ ଢଳୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରିଜୁ ଦତ୍ତାଙ୍କ ଏହି ବିସ୍ଫୋରକ ବୟାନ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି। ଦଳ ଭିତରେ ଥିବା ୫୦ ଜଣ ବିଧାୟକଙ୍କ ଅସନ୍ତୋଷ ଯଦି ସତ ହୁଏ, ତେବେ ଟିଏମସି ପାଇଁ ଆଗାମୀ ଦିନରେ ନିଜ ସରକାର ବଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ବିରୋଧୀ ଦଳ ବିଜେପି, ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ ରହିଛି।

ଏହି ସମସ୍ତ ଘଟଣାବଳୀ ସୂଚାଉଛି ଯେ, ଟିଏମସିର ଭବିଷ୍ୟତ ବର୍ତ୍ତମାନ ଏକ ସନ୍ଧିକ୍ଷଣରେ ରହିଛି। ମମତା ବାନାର୍ଜୀ କିପରି ଏହି ବିଦ୍ରୋହକୁ ଦମନ କରିବେ ଏବଂ ଦଳକୁ ଏକଜୁଟ ରଖିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।