ପୁରୀ ୩୧।୧୨ : ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡର ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଏହା ଏକ ତାଳପତ୍ର ଚିତ୍ର । ଯାହାକି ୩୦୦/୪୦୦ ବର୍ଷ ପୁରାତନ। ଶିଳ୍ପୀଙ୍କ ଦ୍ଵାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି। ଏ ଚିତ୍ରଟି ଶିଳ୍ପୀର କ୍ରିଏଟିଭିଟି ବୋଲି ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ପ୍ରଶାସକ। ଛପା ଯାଇଥିବା କ୍ୟାଲେଣ୍ଡରକୁ ପୁନଃ ପ୍ରକାଶିତ କରାଯିବ ନା ନାହିଁ ସେ ସମ୍ପର୍କରେ କୌଣସି ଉତ୍ତର ରଖି ନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେହିପରି କ୍ୟାଲେଣ୍ଡର ବିବାଦ ବାବଦରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମୋ ନଜରକୁ ଆସିବା ପରେ ପୁରା ଘଟଣା ସଂପର୍କରେ ମୁଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ କଥା ହୋଇଛି । ଯଦି କ୍ୟାଲେଣ୍ଡରରେ କିଛି ତ୍ରୁଟି ରହିଥିବା, ତେବେ ତାକୁ ତର୍ଜମା କରାଯିବ । ତ୍ରୁଟି ଥିଲେ ତାହାର ସଂଶୋଧନ କରାଯିବ ।

ଅନ୍ୟପଟେ କ୍ୟାଲେଣ୍ଡର ବିବାଦ ନେଇ ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ପରିଚାଳନା ଦାୟିତ୍ୱ ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି । ଯେଉଁ ବାର୍ତ୍ତା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । ତାହାକୁ ବିଶ୍ୱ ଦେଖିବ । ତେଣୁ କ୍ଷମା ମାଗିବା ପରିବର୍ତ୍ତେ ସଂଷ୍ଟୀକରଣ ଦେଉଛନ୍ତି । ଅଂହକାରରେ ଅଛନ୍ତି ସରକାର । ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ରହିବା ଏକ ତ୍ରୁଟି । ମୁଖ୍ୟ ପ୍ରଶାସକଙ୍କ କଥାରୁ ଜଣାପଡୁଛି ଯେ,ତାଙ୍କର ଅଂହକାର ବଢିଯାଇଛି । ସେ ଲୋକଙ୍କୁ ସ୍ପଷ୍ଟୀକରଣ ଦେବେ । ମୁଖ୍ୟ ପ୍ରଶାସକଙ୍କ ଇଚ୍ଛାରେ  କଣ ରଥ ଯାଏ ? ଏହା କରିବାକୁ ତାଙ୍କର ଅଧିକାର ନାହିଁ । ଏହି ତ୍ରୁଟି କାହା ସହ ଆଲୋଚନା କରି କରିଲେ । ତାହାର ପ୍ରଥମେ କୈଫତ ଦିଅନ୍ତୁ । କ୍ୟାଲେଣ୍ଡରରେ ଥିବା ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ ଦେଖାଦେଇଛି । ତେଣୁ ମୁଖ୍ୟ ପ୍ରଶାସକ ତୁରନ୍ତ ଘଟଣା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛି ବିଜେଡି ।