ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ନିଜ ପାଇଁ ଏକ ନୂଆ ପରିଚୟ ତିଆରି କରିଛନ୍ତି। ପୁଅ ହୋଇ ଜନ୍ମ ହୋଇଥିବା ଅନାୟା ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ନିକଟରେ ଅନାୟା ଥାଇଲାଣ୍ଡରେ Gender affirming ଅସ୍ତ୍ରୋପଚାର କରିଥିଲେ। ସେ ବର୍ତ୍ତମାନ ସୁସ୍ଥ ହେଉଛନ୍ତି। ଅନାୟା ହସ୍ପିଟାଲରୁ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ବାପା ସଞ୍ଜୟ ବାଙ୍ଗର ମଧ୍ୟ ତାଙ୍କ ସହିତ ଦେଖାଯାଉଛନ୍ତି । ସଞ୍ଜୟ ବାଙ୍ଗର ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

କେତେ କଷ୍ଟ ସହିଛନ୍ତି ଅନାୟା ବାଙ୍ଗର ?

ଅନାୟା ବାଙ୍ଗର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ଏହି ଯାତ୍ରା ସହଜ ନଥିଲା। କେବଳ ମୋ ପାଇଁ ନୁହେଁ, ମୋ ପରିବାର ପାଇଁ ମଧ୍ୟ। ସେମାନଙ୍କୁ ମୋ କଥା ବୁଝିବା, ଗ୍ରହଣ କରିବା ଏବଂ ମୋ ପାଖରେ ଠିଆ ହେବା ପାଇଁ ସମୟ ଲାଗିଥିଲା। ଏହା ସବୁ ତୁରନ୍ତ ହୋଇନଥିଲା। ଆମ ସମସ୍ତଙ୍କ ପାଖରେ ଦ୍ୱନ୍ଦ୍ୱ, ପ୍ରଶ୍ନ ଏବଂ ଅଭିବୃଦ୍ଧିର ମୁହୂର୍ତ୍ତ ଅଛି। କିନ୍ତୁ ମୁଁ ଆଜି ଏଠାରେ ଅଛି, ସବୁକିଛି ପାଇଁ କୃତଜ୍ଞ।’ଏବେ ବାପା ମଧ୍ୟ ସହି ଯାଉଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Anaya Bangar (@anayabangar)

 

ମିଳିଲା ବାପାଙ୍କ ସପୋର୍ଟ

ଅନାୟାଙ୍କ ଜନ୍ମ ଆର୍ଯ୍ୟନ ବାଙ୍ଗର ନାମରେ ହୋଇଥିଲା। ଲିଙ୍ଗ ପରିବର୍ତ୍ତନ ପରେ, ସେ ତାଙ୍କର ନାମ ମଧ୍ୟ ପରିବର୍ତ୍ତନ କରିଥିଲେ। ପ୍ରାରମ୍ଭରେ, ଅନାୟାଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ପରିବାର ସମର୍ଥନ ଦେଇ ନଥିଲା । କିନ୍ତୁ ବର୍ତ୍ତମାନ ପୁରା ପରିବାର ତାଙ୍କୁ ସପୋର୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେଉଛି, ମୋ ବାପା ମୋ ପାଖରେ ଅଛନ୍ତି । ତାଙ୍କର ସମର୍ଥନ ରାତାରାତି ଆସି ନଥିଲା। କିନ୍ତୁ ଯେତେବେଳେ ମୁଁ ଏହା ପାଇଲି, ଏହା ସତ୍ୟ, ନିଃସର୍ତ୍ତ ଏବଂ ଦୃଢ଼ ଥିଲା।’

ଅନାୟା ଶେଷରେ ଲେଖିଛନ୍ତି, ‘ଏହି ଅସ୍ତ୍ରୋପଚାର ମୋ ପାଇଁ ଏକ ବଡ଼ ପଦକ୍ଷେପ ଥିଲା, କିନ୍ତୁ ସେ (ସଞ୍ଜୟ ବାଙ୍ଗର) ମୋ ପାଖରେ ରହିବାରୁ ଏହା ସମ୍ଭବ ହୋଇଥିଲା। ଆଗକୁ ବଢ଼ିବା ପାଇଁ ସମୟ ଲାଗେ। ପ୍ରେମ ପାଇଁ ମଧ୍ୟ ସମୟ ଲାଗେ। କିନ୍ତୁ ଯେତେବେଳେ ଏହା ମିଳିଯାଏ, ଏହା ସବୁଠାରୁ ମୂଲ୍ୟବାନ ପାଲଟିଯାଏ।’