ମୁମ୍ଵାଇ ୨୭।୦୮; ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ନିଜର ଅଭିନୟ ହେଉ ବା ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ଏବେ ପୁଣି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଛନ୍ତି । ବୟଫ୍ରେଣ୍ଡ୍ ୱାକର୍ ବ୍ଲାଙ୍କୋଙ୍କ ସହ ଅନନ୍ୟାଙ୍କର ବ୍ରେକଅପ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁହେଁ ପ୍ରାୟ ଦୁଇ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଦୁହିଁଙ୍କର ବ୍ରେକଅପ୍ ଖବର ସାମ୍ନାକୁ ଆସିବା ପରେ ଏବେ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଅନନ୍ୟା ଏବଂ ୱାକର ୨୦୨୪ରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚେଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ ସମୟରେ ଭେଟ ହୋଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ନିକଟତରତା ବଢ଼ିଥିଲା ଏବଂ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ହେଲେ ଦୁହେଁ କେବେ ବି ସର୍ବସାଧାରଣରେ ନିଜ ସମ୍ପର୍କକୁ ନେଇ କୌଣସି କନଫର୍ମମେସନ କରିନଥିଲେ, କିନ୍ତୁ ସୋସିଆଲ ମିଡିଆ ପୋଷ୍ଟ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟ ଏକାଠି ଦେଖିବାକୁ ମିଳିଥିଲେ। ୱାକରଙ୍କ ନାମର ପ୍ରଥମ ଅକ୍ଷର 'W' ପେଣ୍ଡାଣ୍ଟକୁ ଅନନ୍ୟା ପିନ୍ଧିଥିବା ନେଇ ମଧ୍ୟେ ବେଶ୍ ଚର୍ଚ୍ଚା ହୋଇଥିଲା।

କିନ୍ତୁ ଗତ ସପ୍ତାହରେ ଅନନ୍ୟା ନିଜେ ଏହି ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହି ବ୍ରେକଅପ୍ ଉଭୟଙ୍କ ସମ୍ମତିକ୍ରମେ ହୋଇଥିବା ଜଣାପଡ଼ିଛି। ଦୁହିଁଙ୍କ ମଧ୍ୟରେ କୌଣସି ମନମାଳିନ୍ୟ ନାହିଁ ଏବଂ ସେମାନେ ପରସ୍ପରକୁ ସମ୍ମାନ ଜଣାଇ ଅଲଗା ହୋଇଛନ୍ତି। ଆଦିତ୍ୟ ରୟ କପୁରଙ୍କ ସହିତ ବ୍ରେକଅପ୍ ପରେ ଅନନ୍ୟାଙ୍କ ଜୀବନରେ ୱାକର୍ ଆସିଥିଲେ। ବର୍ତ୍ତମାନ ଏହି ଦୁଇ ଯୋଡ଼ି ଅଲଗା ହୋଇଯାଇଥିବା ବେଳେ ଅନନ୍ୟା ନିଜର ଆଗାମୀ ଫିଲ୍ମ ଏବଂ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ତେବେ ଏହି ବ୍ରେକଅପକୁ ନେଇ ଅନନ୍ୟା କିମ୍ବା ୱାକରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।