ସୁବର୍ଣ୍ଣପୁର ୧୧: ରାସ୍ତା କଡ଼ରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତାର ରଥପୁର ଛକ ନିକଟରେ ଥିବା ରୁଗୁଡ଼ିବନ୍ଧ ହିଡରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଜଣାପଡିନାହିଁ । 
​​​​​​​

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର ଛକ ରାସ୍ତା କଡ଼ରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଶନିବାର ସକାଳୁ ସକାଳୁ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତାର ରଥପୁର ଛକ ନିକଟରେ ଥିବା ରୁଗୁଡ଼ିବନ୍ଧ ହିଡରେ ମୃତଦେହଟି ପଡିଥିଲା । ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ପରେ ବୀରମହାରାଜପୁର ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ସ୍ଥାନୀୟ ଅଞ୍ଚଳରେ ଛାନଭିନ ଆରମ୍ଭ କରିଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ସେହି ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡିନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଅସ୍ପଷ୍ଟ ରହିଛି l ମୃତକଙ୍କ ପରିଚୟ ମଧ୍ୟ ମିଳିନଥିବା ଜଣାପଡିଛି 

​​​​​​​