ନୂଆଦିଲ୍ଲୀ ୦୪।୦୫ : ଶାହାଙ୍କ ଭବିଷ୍ୟବାଣୀ ହେଲା ସତ । ମେ ୪ ଅପରାହ୍ନ ୩ଟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଯେ ପଶ୍ଚିମବଙ୍ଗରୁ ଯାଉଛି ମମତା ବାନାର୍ଜୀଙ୍କ ସରକାର । ଏବେ ଦିନ ୨ଟା ପାର ହୋଇସାରିଲାଣି । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । 

ପଶ୍ଚିମବଙ୍ଗରେ ଚାଲିଥିଲା ନିର୍ବାଚନୀ ପ୍ରଚାର । ପଶ୍ଚିମବଙ୍ଗର ଡୁମଡୁମ୍ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଅମିତ ଶାହା କହିଥିଲେ ଯେ, ମେ ୪ ତାରିଖ ମଧ୍ୟାହ୍ନ ୧ଟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଯେ ମମତା ବାନାର୍ଜୀଙ୍କ ସରକାର ଯାଉଛି। ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟିବା ସୁନିଶ୍ଚିତ । ଦୀର୍ଘ ଦିନ ଧରି ବେଙ୍ଗଲର ଜନସାଧାରଣଙ୍କ ଉପରେ ଚାଲିଥିବା ଅତ୍ୟାଚାର ଏବେ ବନ୍ଦ ହେବ । ପଶ୍ଚିମବଙ୍ଗବାସୀଙ୍କ ପାଇଁ ଆସୁଛି ଖୁସିର ଦିନ ।

Also Read:-Vijay Tvk Magic: ୮ ଗ୍ରାମ୍ ସୁନା ଓ ଫ୍ରି ଗ୍ୟାସ୍‌ ସିଲିଣ୍ଡର ସହ ମାସିକ ୨୫୦୦ ଟଙ୍କା... ; ଏହି ପ୍ରତିଶ୍ରୁତି ପାଇଁ ତାମିଲନାଡ଼ୁରେ ଥାଲାପତିଙ୍କ ମ୍ୟାଜିକ୍‌

ତେବେ ଏହି କଥାକୁ ବିତିଗଲାଣି କେତେ ଦିନ । ଆଉ ଆଜି କାଉଣ୍ଟିଂ ଡେ । ଚାଲିଛି ଭୋଟ ଗଣତି । ତେବେ ଚାଲିଥିବା ଗଣତି ଅନୁସାରେ ଅପରାହ୍ନ ୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ବହୁମତ ପାଉଛି । ଚାଲିଥିବା ଟ୍ରେଣ୍ଡ ଅନୁସାରେ ବିଜେପି ୧୯୪ ଆସନରେ ଆଗୁଆ ରହିଥିବା ବେଳେ ଟିଏମ୍‌ସି ୯୪ ଆସନରେ ଆଗୁଆ ରହିଛି । ଅମିତ ଶାହଙ୍କ ଆକଳନ ଅନୁସାରେ, ସକାଳ ୮ଟାରୁ ଗଣତି ଆରମ୍ଭ ହେବା ପରେ ୧୦ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବାକୁ ଲାଗିଥିଲା ଏବଂ ଏବେ ଦିଦିଙ୍କ 'ଟାଟା-ବାଏ ବାଏ' କରିବାର ସମୟ ଆସିଯାଇଛି।