ଚଣ୍ଡିଖୋଲ ୦୫।୦୨: ଇସ୍ତଫା ଦେଲେ ଅମ୍ବିକା ପ୍ରସାଦ ଦାସ । ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ଅମ୍ବିକା ପ୍ରସାଦ ଦାସ । ଏନେଇ ରାଜ୍ୟ ଯୁବକ ଜନତା ଦଳ ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ଅମ୍ବିକା ପ୍ରସାଦ ଦାସ ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ଦିନ ଧରି ମୁଁ ଓ ମୋ ପରିବାର ବିଜେଡି ଓ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସହ ରହିଆସିଛୁ । ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ମୁଁ ସୂଚାରୁ ଢଙ୍ଗରେ ନିର୍ବାହ କରିଛି । ଦଳର ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସଂପାଦକ ଦାୟିତ୍ୱରେ ଥିବା ବେଳେ କେତେକ ଅନିବାର୍ଯ୍ୟ କାରଣ ଓ କିଛି ଅସହିଷ୍ଣୁ ବ୍ୟକ୍ତିଙ୍କ ପାଇଁ ମୁଁ ଅଣନିଶ୍ୱାସୀ ହୋଇଯାଉଥିଲି । ଶେଷରେ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିବାକୁ ବାଧ୍ୟ ହେଉଛି । ଆଗାମୀ ଦିନରେ ମୁଁ ନବୀନ ପଟ୍ଟନାୟକଙ୍କ ଏବଂ ବିଜେଡି ସହ ସାରା ଜୀବନ ରହିବି ।