କଟକ ୯।୭: ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’ । କଟକ ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଘଟିଛି ଦୁର୍ଘଟଣା । ଗୁରୁତର ବାଇକ୍‌ ଆରୋହୀ ମେଡିକାଲ୍‌ରେ ଭର୍ତ୍ତି । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ।

କଟକ ସହରର ମଲା ଚଣ୍ଡିଆ ଛକରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ୧୮ ନମ୍ବର ରୁଟ୍‌ରେ ଯାଉଥିବା ବସ୍‌ଟି ନେତାଜୀ ବସ୍ ଟର୍ମିନାଲ ମଧ୍ୟକୁ ପ୍ରବେଶ କରିବା ବେଳେ ବାମ ପଟେ ଏକ ବାଇକ୍କୁ ଧକ୍କା ଦେବା ସହ ବାଇକ୍ ଆରୋହୀଙ୍କୁ ପ୍ରାୟ ୫୦ ଫୁଟ ଘୋଷାଡ଼ି ଆଣିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଜଣେ ପ୍ରତ୍ୟକ୍ଷଦର୍ଶୀ ବେହୋସ ହୋଇ ଯାଇଥିଲେ । ଏହାପରେ ବାଇକ୍ ଓ ବାଇକ୍ ଆରୋହୀଙ୍କ ଉପରେ ବସ୍ ଚଢି ଯାଇଥିବା ବେଳେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Also Read:- ଗଜପତିଙ୍କ ଅପିଲ୍କୁ ଇସ୍କନର ବେଖାତିର, ବଦଳାଇବନି ବିଦେଶରେ ଅ-ଦିନିଆ ରଥଯାତ୍ରା ନିଷ୍ପତ୍ତି

ଗୋଟିଏ ପଟେ ବସ୍ ତଳେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ଫସି ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ମାନେ କ୍ରେନ୍‌କୁ ଅପେକ୍ଷା ନକରି ବସ୍‌କୁ ଟେକି ଆହତଙ୍କୁ ଉଦ୍ଧାର କରିଥିଲେ । ବାଦାମବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ ।