ଭୁବନେଶ୍ବର ୪।୧୨: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ । ଯାହାକୁ ନେଇ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଏମିତି କି କ୍ୟାମ୍ପସରେ ଉତ୍ତେଜନା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ଡ୍ରାମା ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ ଆସିଛି ଅଭିଯୋଗ । ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଛି । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତା ଅବରୋଧ କରିଛନ୍ତି । ପୋଲିସ ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜଣେ ଆନ୍ଦୋଳନରତ ଛାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡିଛି । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

​​​​​​​

ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ବହିଷ୍କୃତ କରାଯାଇଛି । ପୋଲିସ ଆଗକୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡିଛି । ଯିଏ ଆଗକୁ ଏପରି କରିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଛାତ୍ରଛାତ୍ରୀ ପୂର୍ବରୁ ଲିଖିତ ଅଭିଯୋଗ ଦେଇନଥିଲେ । ଏବେ ଲିଖିତ ଅଭିଯୋଗ ଦେଲେ । ଶତ୍ରୁଘ୍ନ ଅତିଥି ଅଧ୍ୟାପକ । ସେ ଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ଖରାପ ଇଙ୍ଗିତ କରିଥିଲେ । ଜଣେ ନୁହେଁ ଅନେକ ଛାତ୍ରୀଙ୍କ ପ୍ରତି ଏଭଳି କରିଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀ ଆଜି ହିଁ ଅଭିଯୋଗ କରିଛନ୍ତି । ପୂର୍ବରୁ ଅଧ୍ୟାପକଙ୍କ ଡରରେ ଅଭିଯୋଗରେ କରିନଥିଲେ । କଲେଜ ପକ୍ଷରୁ ଥାନାରେ ଅଭିଯୋଗ ଦିଆଯାଇଛି । ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠନ ନିଆଯିବ । ଏବେ ଅଟକ ରଖି ପଚରା ଉଚରା ହେଉଛି । ୧୦ରୁ ୧୨ ଜଣ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ଶୁକ୍ରବାରଠୁ ସୁରୁଖୁରୁରେ ଡ୍ରାମା କ୍ଲାସ୍ ଚାଲିବ ବୋଲି କଲେଜ ପକ୍ଷରୁ ସୂଚନା ମିଳିଛି ।