ନୂଆଦିଲ୍ଲୀ, ୨୬/୦୮ : ପଶ୍ଚିମବଙ୍ଗରେ ଏସଆଇଆରକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଚରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି । ତୃଣମୂଳ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀ ରାଜ୍ୟରେ ୩୧ଟି ବିଧାନସଭା ସିଟକୁ ନେଇ ତଥ୍ୟ ରଖିଛନ୍ତି । ଏହି ସବୁ ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟର ବ୍ୟବଧାନ ଏସଆଇଆରରେ କଟିଥିବା ଭୋଟରଙ୍କଠୁ କମ୍ ବୋଲି ସେ କହିଛନ୍ତି । ଏହାକୁ ନେଇ ପ୍ରଧାନ ବିଚାରପତି ମଧ୍ୟ କଣ ଆଉ ଥରେ ପଶ୍ଚିମବଙ୍ଗରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ।

ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କୁ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏକ ଆବେଦନ ଦାଖଲ ହୋଇଛି । ୧୪୫ ନମ୍ବର ବିଧାନସଭା ଆସନରେ ପରାଜୟର ବ୍ୟବଧାନ ମାତ୍ର ୪୦୧ ଭୋଟ୍ । କିନ୍ତୁ ଏଠାରେ ଭୋଟର ତାଲିକାକୁ ୮୭୮୫ ନାଁ କଟିଛି । ସେହିପରି ଅନ୍ୟ ଏକ ବିଧାନସଭାରେ ପରାଜୟର ଅନ୍ତର ହେଉଛି ୩୧୬ । ଏଠାରେ ମଧ୍ୟ ଏହାଠୁ ଅଧିକ ଭୋଟର୍ ଏସଆଇଆରରେ ବାଦ୍ ପଡିଛନ୍ତି ।

Also Read :- ବାଂଲାଦେଶରେ ହିନ୍ଦୁ ପରିବାରକୁ ହତ୍ୟା ଘଟଣା : ପ୍ରଥମେ ପତ୍ନୀ ଏବଂ ଝିଅଙ୍କୁ କରାଯାଇଥିଲା ଦୁଷ୍କର୍ମ, ଲୁଚାଇଥିଲା ପୋଲିସ !

ମାମଲାକୁ ନେଇ ପ୍ରଧାନ ବିଚାରପତି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଆବେଦନ କରିହେବ । କଣ ଏଥିପାଇଁ କୋର୍ଟ ପୁନଃନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବେ କି । ୩୧ଟି ବିଧାନସଭାରେ ନିର୍ବାଚନକୁ ଚ୍ୟାଲେଞ୍ଜ୍ କରି ପାରଜିତ ପ୍ରାର୍ଥୀମାନେ ମାମଲା କରିଛନ୍ତି । କିଛି ମାମଲା ଏହା ମଧ୍ୟରୁ ନିର୍ବାଚନ ଅନିୟମିତତା ପ୍ରସଙ୍ଗରେ ରହିଥିବା ଉତ୍ତରରେ କଲ୍ୟାଣ ବାନାର୍ଜୀ କହିଛନ୍ତି ।

ଅନ୍ୟ ଦିଗରେ ଜଷ୍ଟିସ ଜୟମାଲ୍ୟା ବାଗଚୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଯେ, ଭୋଟର ତାଲିକାରୁ ହଟିଥିବା କେତେ ଜଣ ନିଜ ପାଇଁ ଅପିଲ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଭୋଟର ତାଲିକାରୁ ବାଦ୍ ପଡିଥିବା ମାମଲାରେ ନିରବ ଅଛି କିମ୍ବା ସମର୍ଥନ କରୁଛି ତାହାଲେ ବିଜୟର ଅନ୍ତର ଏବଂ ଏସଆଇଆରରେ କଟିଥିବା ଭୋଟରଙ୍କ ଅନ୍ତର ଦେଖିବା ଅର୍ଥହୀନ ଅଟେ ବୋଲି ସେ କହିଛନ୍ତି । ଯଦି କେଉଁଠି ୧୦୦ ଜଣ ଭୋଟର ବାଦ୍ ପଡିଛନ୍ତି ଏବଂ ବିଜୟର ବ୍ୟବଧାନ ୫୦ ହୁଏ ତେବେ ହଟିଥିବା ଲୋକଙ୍କ ମଧ୍ୟରୁ ୬୦ରୁ ୭୦ ଜଣ ଅପିଲ କରିବା ଦରକାର । କିନ୍ତୁ ଏପରି କିଛି ଦେଖିବାକୁ ମିଳିନାହିଁ ।

ଏହାକୁ ନେଇ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ,ନିର୍ବାଚନ ଆୟୋଗ ତଥ୍ୟ ଦେଉ ନାହାଁନ୍ତି । ସେଥିପାଇଁ ଅସୁବିଧା ହେଉଛି । ସେମାନଙ୍କୁ କୌଣସି ତଥ୍ୟ ହସ୍ତଗତ ହୋଇନଥିବା ଟିଏମସି ପକ୍ଷରୁ ଲକ୍ଢୁଥିବା କଲ୍ୟାଣ ବାନାର୍ଜୀ ପ୍ରକାଶ କରିଛନ୍ତି ।