ଅନୁଗୋଳ ୧୫।୧: ବହୁ ଚର୍ଚ୍ଚିତ ଅନୁଗୋଳ ନାଲକୋ କଲୋନୀରେ ବିବାହିତା ମହିଳାଙ୍କୁ କ୍ବାର୍ଟରରେ ପଶି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ନାଲକୋ ପୋଲିସ ।

ପ୍ରଥମେ ପ୍ରେମ ନିବେଦନ ତା ପରେ ବିଫଳ ହେବାରୁ କ୍ବାର୍ଟରରେ ପଶି ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା ଦୁର୍ବୃତ୍ତ । ସେ ଦିନ ଥିଲା ଡିସେମ୍ବର ୧ ତାରିଖ । ମଧୁସ୍ମିତା ପ୍ରଧାନଙ୍କ ନାଲକୋ କ୍ବାର୍ଟରରେ ପଶିଥିଲା ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିବା ସ୍ଥାନୀୟ ତପନ କୁମାର ସାହୁ । ପ୍ରଥମେ ପ୍ରେମ ନିବେଦନ, ତାପରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ କହିଦେବା ବୋଲି କହିବାରୁ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ମାନିଛି ତପନ । ତାଙ୍କ ନିକଟରୁ ଚୋରି କରି ନେଇଥିବା ମଙ୍ଗଳସୂତ୍ର ଆଉ କାନ ଫୁଲକୁ ମଧ୍ୟ ଜବତ କରିଛି । ଅଭିଯୁକ୍ତକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ନାଲକୋ ପୋଲିସ । ଏହି ଘଟଣା ପରେ ନାଲକୋରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।