ଢେଙ୍କାନାଳ,୧୫/୦୯ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଦେଇ ଯାଇଥିବା୫୫ ନମ୍ବର ଜାତୀୟ ରାଜପଥରେ ।

Also Read :- ବରଗଛରେ ଝୁଲୁଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

ରିପୋର୍ଟ ଅନୁସାରେ, ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଈ ଛକ ନିକଟରେ ଘଟିଛି ଦୁର୍ଘଟଣା । କୌଣସି ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ଗ୍ରାମର ୩୧ ବର୍ଷୀୟ ଆନନ୍ଦ ଦେହୁରୀ । ଖବର ପାଇ ଦୁର୍ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୁଲିସ ପହଁଚି ମୃତଦେହକୁ ଉଦ୍ଧାର କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୁଲିସ ।