ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ବରଗୀ ଡ୍ୟାମରେ ଗୁରୁବାର ବଡ଼ ଅଘଟଣ ଘଟିଛି। ପ୍ରବଳ ଝଡ଼ତୋଫାନ କାରଣରୁ ଡ୍ୟାମରେ ପର୍ଯ୍ୟଟକରେ ଭର୍ତ୍ତି ଡଙ୍ଗା ବୁଡ଼ି ଯାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ୩୦ ଜଣ ପର୍ଯ୍ୟଟକ ଥିଲେ। ଏଥିରୁ ୧୫ ଜଣଙ୍କ ଉଦ୍ଧାର କରାଯାଇଥିବା ଅନେକ ନିଖୋଜ ଅଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁସାରେ, ଖମରିଆ ଟାପୁ ନିକଟରେ ଅଚାନକ ଝଡ଼ତୋଫାନ ହେବାରୁ ଡଙ୍ଗା ନିୟନ୍ତ୍ରଣ ହରାଇ ବଡି ଯାଇଥିଲା। ଘଟଣାର ସୂଚନା ମିଳିବାମାତ୍ରେ ବାରଗୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ନିୟୋଜିତ କରାଯାଇଛି।

Also Read: ଖାଇକୁ ଖସିଲା କାର୍, ନିଆଁ ଲାଗି ଜୀଅନ୍ତା ପୋଡ଼ିଗଲେ ଦୁଇ ଯାତ୍ରୀ

ପାଣିପାଗ ବିଭାଗ ଅନୁଯାୟୀ, ଦୁର୍ଘଟଣା ସମୟରେ ପବନର ବେଗ ୪୦ କିମି ତିଲା। ଏଥିରେ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ତେବେ ଆଗାମୀ କିଛି ସମୟ ପବନର ଗତି ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିପାରେ। ଦ୍ରୁତ ଗତିରେ ପବନ ବହୁଥିବାରୁ ଉଦ୍ଧାରକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅନ୍ଧାର ଓ ଖରାପ ପାଗରେ ବି ଏସଡିଆରଏଫ ଓ ସ୍ଥାନୀୟ ପ୍ରଶାସନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ ମିଡ଼ିଆରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଜବଲପୁରରେ ପ୍ରବଳ ଝଡ଼ତୋଫାନ କାରଣରୁ ବାରଗୀ ଡ୍ୟାମରେ ଡଙ୍ଗା ବୁଡ଼ିର ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। ୧୫ ଜଣଙ୍କୁ ସକୁଶଳ ଉଦ୍ଧାର କରାଯାଇଥିବା ବେଳେ ବାକି ଲୋକଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।