ନୂଆଦିଲ୍ଲୀ୨୨/୦୫: ଆମେରିକାରେ ରାଜୀବ ଗାନ୍ଧିଙ୍କୁ ହୋଇଥିଲା ମର୍ଡର ପ୍ଲାନ । ଏପରି ସାଂଘାତିକ ଷଡଯନ୍ତ୍ର କରିଥିଲେ ଜଣେ ସଫ୍ଟୱେର ଇଞ୍ଜିନିୟର । LTTE ଆକ୍ରମଣର ୬ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ପ୍ଲାନ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ରାଜୀବ ଗାନ୍ଧିଙ୍କ ସଂପର୍କରେ ଏମିତି କିଛି ଖୁଲାସା ଦେଶରେ ସୃଷ୍ଟି କରିଛି ଆଲୋଡନ । ଏହି ସଫ୍ଟୱେର ଇଞ୍ଜିନିୟର ଜଣଙ୍କର ପ୍ରକୃତ ପରିଚୟ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପ୍ରତାପ ସିଂ ବିର୍କ ଓରଫ ଜନ୍ ସିଂ । ଆତଙ୍କୀ ବିର୍କର ଉଦ୍ଦେଶ୍ୟ ଥିଲା ଭାରତରେ ହିଂସା ଘଟାଇବା । ୧୯୮୫ ମସିହାରେ ରାଜୀବ ଗାନ୍ଧି ଆମେରିକା ଗସ୍ତ ସମୟରେ ହତ୍ୟା ଷଡଯନ୍ତ୍ର କରାଯାଇଥିଲା । ଏପରି କିଛି ଖୁଲାସା କରିଛି FBI । ରାଜୀବ ଗାନ୍ଧିଙ୍କ ହତ୍ୟା ଷଡଯନ୍ତ୍ରର ରିଂ ମାଷ୍ଟର ଥିବା ବିର୍କ ଓ ତାର ସହଯୋଗୀ ମାନେ ଏକ ଆତଙ୍କୀ ଶିବିରରେ ଯୋଗ ଦେଇଥିଲେ । ଯେଉଁଠାରେ ଖଲିସ୍ତାନୀ ଆତଙ୍କବାଦୀ ନିଯୁକ୍ତି ପାଇଥିବା ଲୋକଙ୍କୁ ବିସ୍ଫୋରକ, ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର, ହତ୍ୟା ଓ ଭାରତରେ ବ୍ରିଜ, ଟ୍ରେନ୍ ଏବଂ ପରମାଣୁ ପ୍ଲାଣ୍ଟ ଭଳି ଲକ୍ଷ୍ୟସ୍ଥଳକୁ ଉଡାଇବାରେ ଟ୍ରେନିଂ ଦିଆଯାଉଥିଲା ।

୧୯୮୪ ମସିହା ଅକ୍ଟୋବରରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ମାତ୍ର କିଛି ମାସ ପରେ ଏହି ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା।ସେତେବେଳେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ, ଖଲିସ୍ତାନୀ ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ବୃଦ୍ଧି ପାଉଥିଲା। ସରକାର ଏସବୁ ବନ୍ଦ କରିବାକୁ ପଦକ୍ଷେପ ନେଉଥିବାବେଳେ  ବିଦେଶରେ ଥିବା ଶିଖ ପ୍ରବାସୀ ଗୋଷ୍ଠୀଙ୍କ ମଧ୍ୟରେ ଖଲିସ୍ତାନ ଦାବିକୁ ସମର୍ଥନ ମିଳିଥିଲା। ତେବେ ଭାଗ୍ୟ ଜୋରରୁ ସେଦିନ ରାଜୀବ ଗାନ୍ଧୀ ଖସି ପଳାଇଗଲେ। ଏସବୁ ଏଥିପାଇଁ ଘଟିଲା କାହିଁକନା ବିର୍କ ଓ ତାଙ୍କ ସହଯୋଗୀଙ୍କୁ ଟାର୍ଗେଟ ଫେଲ୍ ହୋଇଥିଲା । ସେମାନେ ପ୍ରଥମେ ହରିଆନାର ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କୁ ଟାର୍ଗେଟ କରିଥିଲେ । ତେବେ FBI ପୂର୍ବରୁ ସୂଚନା ପାଇ ଚଢାଉ କରିଥିଲା ଓ ହତ୍ୟା ଷଡଯନ୍ତ୍ର ଫେଲ୍ ମାରିଥିଲା ।

ଆମେରିକାରେ ଷଡଯନ୍ତ୍ର ବିଫଳ ହେବାର ୬ ବର୍ଷ ପରେ ୧୯୯୧ରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା । ୧୯୯୧ ମସିହାରେ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କୁ ଶ୍ରୀଲଙ୍କା ସ୍ଥିତ ଆତଙ୍କବାଦୀ ସଂଗଠନ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଏଲମ୍ (LTTE) ଦ୍ୱାରା ହତ୍ୟା କରାଯାଇଥିଲା। ୧୯୮୭ ମସିହାରେ ଶ୍ରୀଲଙ୍କାରେ ଭାରତୀୟ ସେନାକୁ ଭାରତୀୟ ଶାନ୍ତିରକ୍ଷା ବାହିନୀ (IPKF) ଭାବରେ ନିଯୁକ୍ତ କରିବାର ନିଷ୍ପତ୍ତି ପାଇଁ LTTE ରାଜୀବଙ୍କୁ ଟାର୍ଗେଟ କରିଥିଲା।

ତାମିଲନାଡୁରେ LTTE ବିସ୍ଫୋରଣକାରୀ ରାଜୀବ ଗାନ୍ଧୀଙ୍କ ପାଖକୁ ଆସିବାର ବହୁ ପୂର୍ବରୁ ଆମେରିକାରେ ତଦନ୍ତକାରୀ ଅଧିକାରୀ ଖଲିସ୍ତାନୀ ଆତଙ୍କୀଙ୍କୁ ଧରିଥିଲେ । ଜୈନ କମିଶନଙ୍କ ତଥ୍ୟ ମୁତାବକ ରାଜୀବ ଗାନ୍ଧୀଙ୍କ ଜୀବନ ନେବାକୁ ଅନେକ ଥର ଚେଷ୍ଟା କରାଯାଇଥିଲା 1984 ରୁ 1991 ମଧ୍ୟରେ ଅନେକ ଥର । ଯେଉଁଥିରେ ଆତଙ୍କବାଦୀ ଗୁରୁପ୍ରତାପ ସିଂହ ବିର୍କ, ଲାଲ ସିଂହ ଏବଂ ଅମନ୍ଦ ସିଂହଙ୍କ ସହିତ ଜଡିତ ୧୯୮୫ ମସିହାର ଷଡ଼ଯନ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ।

ଇଣ୍ଡିଆ ଟୁଡେ ମାଗାଜିନର ଇନ୍ଦରଜିତ ବଢୱାରଙ୍କ ରିପୋର୍ଟ ମୁତାବକ ଆତଙ୍କୀ ବିର୍କ ନ୍ୟୁୟର୍କରେ ସ୍ୱୟଂଚାଳିତ ଉପକରଣ କମ୍ପାନୀରେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରୁଥିଲେ। ସେ ଲଣ୍ଡନରୁ ଇଞ୍ଜିନିୟରିଂରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ ଏବଂ ବ୍ରୁକଲିନରେ ଭଲ ରୋଜଗାର କରୁଥିଲେ। ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ବ୍ରିଟେନରେ ରହୁଥିଲେ ଏବଂ ସେ ଏକ ବ୍ରିଟିଶ ପାସପୋର୍ଟରେ ଯାତ୍ରା କରିଥିଲେ।

୧୯୮୪ ମସିହା ଅକ୍ଟୋବର ମାସରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ ଗାନ୍ଧି । ଏହାର ପ୍ରାୟ ୭ ମାସ ପରେ ରାଜୀବଙ୍କ ଆମେରିକା ଗସ୍ତ ପ୍ଲାନ ହୋଇଥିଲା । ସେ ସବୁବେଳେ ନେତାଙ୍କ ଭାରତ-ଆମେରିକା ସମ୍ପର୍କକୁ ପୁନଃସ୍ଥାପିତ କରିବା ପାଇଁ ଚିନ୍ତା କରୁଥିଲେ । ଏଥିରେ ୧୯୮୨ ମସିହାରେ ଇନ୍ଦିରା ଗାନ୍ଧୀଙ୍କୁ ଭେଟିଥିବା ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ପ୍ରଥମରୁ ବିର୍କ ଏବଂ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଏଫବିଆଇ ବେଶ ଚତୁରତାର ସହ ନିଜର କାମ କରୁଥିଲା ତେବେ ବଢୱାର ରିପୋର୍ଟ କରିଛନ୍ତି ଯେ ଗୁପ୍ତ ଏଜେଣ୍ଟମାନେ ଧୀରେ ଧୀରେ ଗୁରୁପ୍ରତାପ ସିଂହ ବିର୍କ ଏବଂ ତାଙ୍କ ସହଯୋଗୀ ଲାଲ ସିଂହ ଏବଂ ଅମନ୍ଦ ସିଂହଙ୍କ ବିଶ୍ୱାସ ହାସଲ କରିଥିଲେ । ଖଲିସ୍ତାନୀ ଆତଙ୍କବାଦୀମାନେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର, ଗରିଲା କୌଶଳରେ ତାଲିମ ଲୋଡ଼ିଥିଲେ"A" ଭାବରେ ଚିହ୍ନଟ ଜଣେ ଗୁପ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏକ ଭଡ଼ାଟିଆ ସଂଗଠନର ମୁଖ୍ୟ ଭାବରେ ପରିଚୟ ଦିଆଯାଇଥିଲା ଯିଏ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ସାମରିକ ତାଲିମ ପ୍ରଦାନ କରିବାରେ ସକ୍ଷମ। ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଅଜ୍ଞାତ, ପ୍ରତ୍ୟେକ ପ୍ରମୁଖ ବୈଠକ FBI ଦ୍ୱାରା କ୍ୟାମେରାରେ ଗୁପ୍ତ ଭାବରେ ରେକର୍ଡ କରାଯାଇଥିଲା। ଜାନୁଆରୀ ୨୬, ୧୯୮୫ ରେ ନ୍ୟୁୟର୍କରେ ଏକ ବୈଠକରେ, ବିର୍କ ଏବଂ ଲାଲ ସିଂହ ସେମାନଙ୍କର ପ୍ଲାନ ସଂପର୍କରେ ବର୍ଣ୍ଣନା କରିଥିଲେ ଏବଂ FBI ଏଜେଣ୍ଟଙ୍କୁ ସଂପୂର୍ଣ୍ଣ ତାଲିକା ଦେଇଥିଲେ।

ଖଲିସ୍ତାନୀ ଆତଙ୍କବାଦୀମାନେ ହିଂସା ମାଧ୍ୟମରେ ଭାରତରେ ହିଂସାକାଣ୍ଡ ଘଟାଇବାକୁ ଚାହୁଁଥିଲେ । ପରମାଣୁ ଶକ୍ତି କେନ୍ଦ୍ର, ସେତୁ, ହୋଟେଲ ଏବଂ ସାର୍ବଜନୀନ କୋଠା ସମେତ ରଣନୈତିକ ଲକ୍ଷ୍ୟସ୍ଥଳରେ ବୋମା ପକାଇବା ବିଷୟରେ ଆଲୋଚନା କରିଥିଲେ। ସେମାନେ ବିସ୍ଫୋରକ, ସ୍ୱୟଂଚାଳିତ ଅସ୍ତ୍ର, ରାସାୟନିକ ଯୁଦ୍ଧ ଏବଂ ସହରାଞ୍ଚଳ ଗରିଲା ରଣନୀତିରେ ତାଲିମ ଲୋଡ଼ିଥିଲେ। ସେମାନେ ମିଥ୍ୟା ପାସପୋର୍ଟ ଏବଂ ପ୍ଲାଷ୍ଟିକ୍ ବିସ୍ଫୋରକ ମଧ୍ୟ ମାଗିଥିଲେ । ଜୁନ ୧୯୮୫ରେ ଇଣ୍ଡିଆ ଟୁଡେ ମାଗାଜିନ୍ ରିପୋର୍ଟ କରିଥିଲା। ଆତଙ୍କବାଦୀମାନେ ପ୍ରକାଶ କରିନଥିଲେ ଯେ ସେମାନେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି।

ଖଲିସ୍ତାନୀମାନେ ଆମେରିକାରେ ଆତଙ୍କବାଦୀଙ୍କୁ ତାଲିମ ଦେଇଥିଲେ, ଭାରତରେ ଆକ୍ରମଣ ଯୋଜନା କରିଥିଲେ । ଆମେରିକାରେ ଏକ ଖାଲିସ୍ତାନୀ ଆତଙ୍କବାଦୀ ତାଲିମ ଶିବିର ପ୍ରସ୍ତୁତି ସମୟରେ ହତ୍ୟା ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା।ଏଫବିଆଇ ତଥ୍ୟ ଅନୁଯାୟୀ, ଗୁରୁପ୍ରତାପ ସିଂହ ବିର୍କ ଏବଂ ତାଙ୍କ ସହଯୋଗୀମାନେ ନ୍ୟୁ ଜର୍ସିର କଲମ୍ବିଆରେ ଏକ ଜଙ୍ଗଲ ସ୍ଥାନ ଠାବ କରିଥିଲେ, ଯେଉଁଠାରେ ଆତଙ୍କବାଦୀ ନିଯୁକ୍ତିକାରୀମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତାଲିମ ଦିଆଯିବ। ତାଲିମପ୍ରାପ୍ତ ବ୍ୟକ୍ତିମାନେ ପରେ ଭାରତ ଯାତ୍ରା କରିବେ ଏବଂ ନେଟୱାର୍କ ବିସ୍ତାର କରିବେ । ପ୍ରଥମରୁ ଗୋଷ୍ଠୀ ଚାହୁଁଥିଲା ଯେ ହତ୍ୟା ଭାରତରେ ହେଉ। ଯେତେବେଳେ ରାଜୀବ ଗାନ୍ଧୀଙ୍କ ଜୁନ୍ 1985 ରେ ଆମେରିକା ଗସ୍ତ ଘୋଷଣା କରାଯାଇଥିଲା, ସେମାନେ ଆମେରିକା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। FBI ଅପରେସନଟି ମୂଳତଃ ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଏକ ବହୁତ ବଡ଼ ନେଟୱାର୍କକୁ ଧରିବା ଏବଂ ଉଗ୍ରବାଦୀଙ୍କ ଉପରେ ନଜର ରଖିବା ପାଇଁ ଉଦ୍ଦିଷ୍ଟ ଥିଲା

ଗୁରୁବାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ରାଜୀବ ଗାନ୍ଧିଙ୍କ ୩୫ ତମ ଜୟନ୍ତ୍ରୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସର ବହୁ ବଡ ବଡ ନେତା ।

Also Read:ପହଲଗାମ ଗୁଳିକାଣ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ, NIA ତଦନ୍ତରେ ରହିଛି ନୂଆ ତଥ୍ୟ