ମୋହନା: ବାଇକ୍- କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ଆଉ ଜଣେ ଛାତ୍ରବି ଗୁରୁତର । ଶୁକ୍ରବାର ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଛାତ୍ର ହେଲେ ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିଅରିଂ କଲେଜର ବି-ଟେକ ଛାତ୍ର ସତ୍ୟବ୍ରତ ଓଁ ପ୍ରକାଶ । ତାଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ୧୨ ଛାତ୍ର ବାଇକ୍‌ରେ ଖସଡ଼ା ଜଳପ୍ରପାତ ଓ ଜିରାଙ୍ଗ ବୌଦ୍ଧ ମନ୍ଦିର ବୁଲି ବ୍ରହ୍ମପୁର ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ବିଶାଖାପାଟଣାରୁ ଆସୁଥିବା ଏକ କାର୍ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିକଟରେ ବାଇକ୍ ସହ ଧକ୍କା ହୋଇଥିଲା। ଏଥିରେ ଓମ୍ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଚଳାଇଛି।

Also Read: ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଇଣ୍ଟରସିଟି, ଜୀବନ ହରାଇଲେ ଟ୍ରାକ୍ ମ୍ୟାନ୍