ନୂଆଦିଲ୍ଲୀ ୦୮।୦୯; ମଧ୍ୟପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଇନ୍ଦୋର ନିକଟ ପିଥମପୁରରେ ଏକ ତୈଳ କମ୍ପାନୀରେ ଗ୍ୟାସ ଲିକ୍ ହୋଇଥିଲା। ଏହା ଯୋଗୁଁ  ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। କୁହାଯାଉଛି ଯେ ଦୁର୍ଘଟଣା ଘଟିବା ସମୟରେ କର୍ମଚାରୀମାନେ କମ୍ପାନୀରେ କାମ କରୁଥିଲେ। ସେହି ସମୟରେ ଅନେକ କର୍ମଚାରୀ ଚେତାଶୂନ୍ୟ ହୋଇଯାଇଥିଲେ। ସମସ୍ତଙ୍କୁ ଇନ୍ଦୋରର MY ହସ୍ପିଟାଲକୁ ନିଆଯାଇଛି। ସେଠାରେ ପହଞ୍ଚି ଡାକ୍ତର ୩ ଜଣ କର୍ମଚାରୀଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରେ ସୁନୀଲ, ଦୀପକ ଏବଂ ଜଗଦୀଶ ମଧ୍ୟ ଅଛନ୍ତି।

ପିଥମପୁରର ସେକ୍ଟର-୩ ସ୍ଥିତ ଥାନା ବାଗଦୁନ ଅଞ୍ଚଳର ଶ୍ରୀ ଅୟଲ କମ୍ପାନୀରେ ରବିବାର ରାତି ୮.୩୦ରେ ଘଟିଥିଲା। କମ୍ପାନୀର ପରିଚାଳକ କହିଛନ୍ତି ଯେ କାମ କରୁଥିବା ସମୟରେ ହଠାତ୍ ଗ୍ୟାସ ଲିକ୍ ଆରମ୍ଭ ହୋଇଥିଲା। ଏଥିରେ ତିନି ଜଣ ଲୋକ ଫସି ଯାଇଥିଲେ। ଅନ୍ୟ ଦୁଇ ଜଣ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସେମାନେ ମଧ୍ୟ ଗ୍ୟାସରେ ଫସି ଯାଇଥିଲେ। ଏଥିରେ ପ୍ରଭାବିତ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ତଦନ୍ତ ଆରମ୍ଭ କରିଛି

ଘଟଣା ସମ୍ପର୍କରେ ଅଞ୍ଚଳର ଅତିରିକ୍ତ ଏସପି କହିଛନ୍ତି ଯେ କାରଖାନାକୁ ଏକ ପୋଲିସ ଟିମ୍‌ ପଠାଯାଇଛି। କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଅଛି କି ନାହିଁ ତାହା ଯାଞ୍ଚ କରାଯାଉଛି। କୁହାଯାଇଛି ଯେ ଯଦି କମ୍ପାନୀର ଅବହେଳା ଜଣାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।