LIVE TV

ମାନସିକତା ଥିଲେ ସବୁ ଠିକ୍ ହୋଇଯିବ, ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ

NEWS7
Basant Panda

ଭୁବନେଶ୍ବର ୧୨୧୦: ନୂଆପଡ଼ା ଉପନିର୍ବାଚନରେ ତାଙ୍କ ଭୂମିକା ରହିବ ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଭୂମିକା ଆଗରୁ ଥିଲା ଏବେ ବି ରହିବ ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ ମାନସିକତା ଥିଲେ ସବୁ ଠିକ୍ ହେଇଯିବ ପ୍ରାର୍ଥୀ କିଏ ହେବ ତାହା ପାର୍ଲିମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ ଆଜିର ବୈଠକରେ ଅନେକ ବିୟରେ ଆଲୋଚନା ହେବ ନୂଆପଡ଼ା ଉପନିର୍ବାଚ ଉପରେ ମଧ୍ୟ ଆଲୋଚନା ହେବ ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ ବୋଲି ବସନ୍ତ ପଣ୍ଡା କହିଛନ୍ତି ।

ବିଜେପିର ମିଶ୍ରଣ ପର୍ବରେ ଜୟ ଢୋଲକିଆ ବିଜେପିରେ ମିଶିଥିଲେ । ଏହା ପୂର୍ବରୁ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରାଯାଇଥିବା ସୂଚନା ମିଳିଥିଲା । ରାଜ୍ୟ ଅତିଥି ଭବନରେ ଘଣ୍ଟା ଧରି ଚାଲିଥିଲା ବୈଠକ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଙ୍ଗଠନିକ ମହାମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରାଇଥିବା ସୂଚନା ମିଳିଥିଲା । ବୈଠକ ପରେ ବସନ୍ତ ପଣ୍ଡା ଜୟ ଢୋଲକିଆଙ୍କ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଜୟ ଢୋଲକିଆ ପଦ୍ମ ଧରିବା ପରେ ବଡ଼ ମନ୍ତବ୍ୟ ରଖିଥିଲେ ବସନ୍ତ ପଣ୍ଡା । ସେ କହିଥିଲେ, ବିଜେପି  ଯାହାକୁ ପ୍ରାର୍ଥୀ କରିବ ମୁଁ ତା ପାଇଁ ପ୍ରଚାର କରିବି । କିନ୍ତୁ ପ୍ରୀର୍ଥୀ କିଏ ହେବ  ସ୍ପଷ୍ଟ ହୋଇନି । ମା’ ମାଟି ଦଳ ପାଇଁ କାମ କରିବି । ମୁଁ ନୂଆପଡ଼ା ପାଇ ସଂଘର୍ଷ କରିଛି । ମାମାଟି ପାଇଁ ଉତ୍ସର୍ଗୀକୃତ ।

​​​​​​​​​​​​​​

ଜୟ ଢୋଲକିଆ, ବସନ୍ତ କି ଅଭିନନ୍ଦନ କି ଆଉ କିଏ ପ୍ରାର୍ଥୀ ହେବ ତାହା ଜଣାପଡିନି । ହେଲେ ମୁଁ ନୂଆପଡ଼ା ପାଇଁ କାମ କରୁଛି, କରୁଥିବି ବୋଲି କହିଥିଲେ ବସନ୍ତ ପଣ୍ଡା । ମୁଁ କାର୍ଯ୍ୟକର୍ତ୍ତା ଥିଲି  ଆଉ ଏବେ ବି ରହିଛି । ଦଳ ଯାହା ନିଷ୍ପତ୍ତି ନେବ ତାହା ହେବ । ନୂଆପଡା ଉପ ନିର୍ବାଚନ ନେଇ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ କଣ ସ୍ବପ୍ନ ଦେଖିଥିଲେ  ତାହା ସେ ଜାଣିଛନ୍ତି ବୋଲି ବସନ୍ତ ପଣ୍ଡା କହିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୨୪ ବିଧାନସଭା ନିର୍ବାଚନରେ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବିଜେପିରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ହାରିଯାଇଥିଲେ । ତେବେ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ତେବେ ନୂଆପଡାରେ କିଏ ପଦ୍ମ ଟିକେଟରେ ନିର୍ବାଚନ ଲଢ଼ିବେ ତାକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି । ତେବେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ତାଙ୍କୁ ଦଳ ନୂଆପଡାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।