ମୁମ୍ଵାଇ ୧୮।୦୯; ବୟସ ବଢ଼ିଛି… କିନ୍ତୁ କମିନାହିଁ ନୀନା ଗୁପ୍ତାଙ୍କ ଷ୍ଟାଇଲ୍ ଓ କନଫିଡେନ୍ସ। ବଲିଉଡ୍ରେ ନିଜ ଅଭିନୟ ଓ ନିଆରା ଅନ୍ଦାଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ନୀନା ଗୁପ୍ତା ପୁଣି ଥରେ ଚର୍ଚ୍ଚାରେ। ଏଥର କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜ୍ ପାଇଁ ନୁହେଁ… ବରଂ ତାଙ୍କୁ ନେଇ ଭାଇରାଲ୍ ହୋଇଥିବା ଏକ ପ୍ରେଗନେନ୍ସି ଗସିପ୍ ପାଇଁ।

କିଛି ମାସ ପୂର୍ବରୁ ହାଇଦ୍ରାବାଦରେ ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡାଙ୍କ ବିବାହ ରିସେପ୍ସନ୍ରେ ଯୋଗ ଦେଇଥିଲେ ନୀନା ଗୁପ୍ତା। ରେଡ୍ କାର୍ପେଟ୍ରେ ଶାଢ଼ୀ ପିନ୍ଧି ତାଙ୍କର ଷ୍ଟାଇଲିସ୍ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ଶାଢ଼ୀର ପ୍ଲିଟ୍ ପଡ଼ିବା ଷ୍ଟାଇଲ ଯୋଗୁଁ ପେଟ ଅଂଶ ସାମାନ୍ୟ ଫୁଲିଲା ଭଳି ଦେଖାଗଲା। ବାସ୍… ଏତିକିରୁ ଆରମ୍ଭ ହୋଇଗଲା ଚର୍ଚ୍ଚା।

୬୦ ବର୍ଷରେ କ’ଣ ନୀନା ଗୁପ୍ତା ଗର୍ଭବତୀ?

ସୋସିଆଲ୍ ମିଡିଆରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା। ଯାହାକୁ ନେଇ ନେଇ ନୀନା ଗୁପ୍ତା ଏବେ ନିଜେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହି ଖବର ଶୁଣି ସେ ବହୁତ ଦୁଃଖିତ ହୋଇଥିଲେ। କିନ୍ତୁ ପରେ ଏହି ଘଟଣାକୁ ସେ ମଜାକରେ ନେବା ଆରମ୍ଭ କରିଥିଲେ। ଲୋକେ ଯେତେବେଳେ ତାଙ୍କୁ ଏ ବିଷୟରେ ପଚାରୁଥିଲେ, ସେ ମଜାକରେ କହୁଥିଲେ-“ହଁ,ମୁଁ ଗର୍ଭବତୀ।ଏଭଳି ମଜାକ କରି ଗୁଜବକୁ ନେଇ ନିଜ ଷ୍ଟାଇଲରେ ଜବାବ ଦେଇଥିଲେ ନୀନା।

କହିବାକୁ ଗଲେ ନୀନା ଗୁପ୍ତାଙ୍କ ଜୀବନଯାତ୍ରା ମଧ୍ୟ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ଏକାକୀ ମାଆ ଭାବେ ନିଜ ଝିଅ ମାସାବା ଗୁପ୍ତାଙ୍କୁ ବଡ଼ କରିଛନ୍ତି ନୀନା। ମାସାବା ଆଜି ଜଣେ ପରିଚିତ ଫ୍ୟାଶନ୍ ଡିଜାଇନର୍ ଓ ଅଭିନେତ୍ରୀ ମଧ୍ୟ। ଝିଅକୁ ଏକାକୀ ଲାଳନପାଳନ କରିବାର ସଂଘର୍ଷ ଓ ଅନୁଭୂତି ବିଷୟରେ ନୀନା ପୂର୍ବରୁ ମଧ୍ୟ ଅନେକଥର ଖୋଲାଖୋଲି କଥା କହିଛନ୍ତି।

ଏପଟେ କାମ କଥା କହିଲେ, ନୀନା ଗୁପ୍ତାଙ୍କୁ ଏବେ ଏକ ନୂଆ କମେଡି ସିରିଜ ଦେଖିବାକୁ ମିଳୁଛି। ନେଟଫ୍ଲିକ୍ସର ‘ଚୁମ୍ବକ’ରେ ତାଙ୍କ ଅଭିନୟ ଦର୍ଶକଙ୍କ ଆକର୍ଷିତ କରିଛି। ସିରିଜ୍ଟିର ନିର୍ଦ୍ଦେଶନା ଦେଇଛନ୍ତି ଆତିଶ କାପାଡିଆ। ଏଥିରେ ସୁମିତ ରାଘବନ୍, ଅର୍ଜୁନ ବିଜଲାନୀ ଓ ଦେବେନ୍ ଭୋଜାନୀଙ୍କ ଭଳି କଳାକାର ମଧ୍ୟ ନଜର ଆସିଛନ୍ତି।