ଟୋକିଓ ୦୬।୦୧ : ସୁନାମୀର ଆଲର୍ଟ । ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ପରେ ସୁନାମୀର ଆଲର୍ଟ କରାଯାଇଛି । ୬.୨ ତିବ୍ରତାର ଭୂକମ୍ପ ଝଟ୍‌କା ପରେ ଜାପାନର କିଛି ଅଞ୍ଚଳକୁ ସୁନାମୀର ଆଲର୍ଟ ଜାରି କରାଯାଇଛି । ଭୂକମ୍ପ ଝଟ୍‌କା ପରେ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଯାଏଁ କ୍ଷୟକ୍ଷତିର ସୂଚନା ନାହିଁ। କିନ୍ତୁ ପୁରା ଆଲର୍ଟ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । 

ଖବର ଅନୁଯାୟୀ, ଜାପାନର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଚୁଗୋକୁ (Chūgoku)ରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଥିବାର ନଜର ଆସିଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୨ ରେକର୍ଡ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ଏବଂ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ପହଞ୍ଚିଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଭୂମିକମ୍ପର ତୀବ୍ରତା ୫.୮ ରଖିଛି । ଜେଏମଏ କହିଛି ଯେ ପୂର୍ବରୁ ୪.୫, ୫.୧, ୩.୮ ଏବଂ ୫.୪ ତୀବ୍ରତାର ଅନେକ ଛୋଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଆଶ୍ୱସ୍ତିର କଥା ଯେ, ଏତେ ବଡ଼ ଭୂକମ୍ପ ଝଟ୍‌କା ପରେ କୌଣସି ସୁନାମୀର ଆଲର୍ଟ ଜାରି କରାଯାଇନାହିଁ ।​​​​​​

ଜାପାନ ପ୍ରଶାନ୍ତ ମହାସାଗରର "ରିଙ୍ଗ ଅଫ୍ ଫାୟାର" ସହିତ ୪ଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ । ଜାପାନ ବିଶ୍ୱର ସବୁଠାରୁ ଭୂମିକମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଜାପାନରେ ପ୍ରତିବର୍ଷ ପ୍ରାୟ ୧, ୫୦୦ ଭୂମିକମ୍ପ ଅନୂଭବ ହୋଇଥାଏ । ଅଧିକାଂଶ ମୃଦୁ ହୋଇଥାଏ, କିନ୍ତୁ କେତେକ ସମୟରେ ଏହା ବହୁତ କ୍ଷତି କରିଥାଏ । ଭୂମିକମ୍ପର ପ୍ରଭାବ ଏହାର ତୀବ୍ରତା, ଗଭୀରତା ଏବଂ ସ୍ଥାନ ଉପରେ ନିର୍ଭର କରେ।