ନୂଆଦିଲ୍ଲୀ: ଭାରତର ପ୍ରାଚୀନ ମନ୍ଦିର ସମଗ୍ର ବିଶ୍ୱରେ ବେଶ ପରିଚିତ। ଏମିତି ଅନେକ ରହସ୍ୟମୟୀ ଦେବାଳୟ ରହିଛି ଯାହା ପଛର କାହାଣୀ ହୁଏତ କେହି ବି ଜାଣିନଥିବେ। ଏମିତି ବି କିଛି ମନ୍ଦିର ରହିଛି ଯାହାର ବାସ୍ତୁକଳା ଓ ତା'ସହ ଜଡିତ କିମ୍ବଦନ୍ତୀ କୌଣସି ଚମତ୍କାର ଠାରୁ କମ୍ ନୁହେଁ। ଏହି ମନ୍ଦିରଗୁଡିକ ମଧ୍ୟରୁ କିଛି ମନ୍ଦିର ୧୦୦ ବର୍ଷ ପୁରୁଣା। ଆଉ ପ୍ରତିଟି ନିର୍ମାଣ ପଛରେ କିଛି ନା କିଛି ଅଦ୍ଭୁତ କାହାଣୀ ମଧ୍ୟ ରହିଛି। ସ୍ଥାନୀୟ ଲୋକକଥା ଅନୁସାରେ, ଭାରତରେ ଏପରି କିଛି ମନ୍ଦିର ଅଛି ଯାହା ଗୋଟିଏ ରାତିରେ ନିର୍ମିତ ହୋଇଛି। ଆସନ୍ତୁ ଜାଣିବା ଭାରତରେ ଥିବା ଏପରି ପାଞ୍ଚଟି ରହସ୍ୟମୟ ମନ୍ଦିର ଯାହା ପଛରେ ରହିଛି ଭିନ୍ନ କାହାଣୀ।

ଝାଡ଼ଖଣ୍ଡର ଦେଓଘର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏବଂ ଏହା ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ପୌରାଣିକ କଥା ଅନୁସାରେ, ରାବଣ ଶିବଙ୍କୁ ଶିବଲିଙ୍ଗ ରୂପରେ ତାଙ୍କ ସହିତ ଲଙ୍କା ନେବାକୁ ଜିଦ୍ ଧରିଥିଲେ। ଶିବ ରାଜି ହୋଇଥିଲେ, କିନ୍ତୁ ଏକ ସର୍ତ୍ତ ରଖିଥିଲେ ଯେ ଶିବଲିଙ୍ଗ ରାସ୍ତାରେ କୌଣସି ସ୍ଥାନରେ ଭୂମି ସ୍ପର୍ଶ କରିବ ନାହିଁ। କିନ୍ତୁ ରାସ୍ତାରେ ରାବଣ ସହ ଛଳନା ହେବାରୁ ଶିବଲିଙ୍ଗକୁ ଦେଓଘର ଠାରେ ହିଁ ସ୍ଥାପନ କରାଗଲା । ଏହା ପରେ, ଭଗବାନ ବିଶ୍ୱକର୍ମା ରାତାରାତି ବୈଦ୍ୟନାଥ ମନ୍ଦିର ନିର୍ମାଣ କରିଥିଲେ।

ଉତ୍ତର ପ୍ରଦେଶର ବୃନ୍ଦାବନରେ ଥିବା ଗୋବିନ୍ଦ ଦେବ ଜୀ ମନ୍ଦିରର ମଧ୍ୟ ଏକ ବିଚିତ୍ର କାହାଣୀ ଅଛି। ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିର ମଣିଷମାନଙ୍କ ଦ୍ୱାରା ନୁହେଁ, ବରଂ ଦେବତାମାନଙ୍କ ଦ୍ୱାରା ରାତାରାତି ନିର୍ମିତ ହୋଇଥିଲା। କିମ୍ବଦନ୍ତୀ ଅନୁସାରେ ସେମାନେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ନିର୍ମାଣ ସମାପ୍ତ କରିପାରି ନଥିଲେ, ଯାହା ଫଳରେ ଢାଞ୍ଚା ଅସମ୍ପୂର୍ଣ୍ଣ ରହିଯାଇଥିଲା।

ମଧ୍ୟପ୍ରଦେଶର ମୋରେନା ଠାରେ ଅବସ୍ଥିତ କାକନମାଥ ମନ୍ଦିରର ଏକ ଆକର୍ଷଣୀୟ କାହାଣୀ ରହିଛି । କୁହାଯାଏ ଯେ ଏହି ମନ୍ଦିରଟି ଭଗବାନ ଶିବଙ୍କ ଭକ୍ତ ଭୂତମାନଙ୍କ ଦ୍ୱାରା ରାତାରାତି ନିର୍ମିତ ହୋଇଥିଲା। କିନ୍ତୁ ସକାଳ ସୁଦ୍ଧା ନିର୍ମାଣ ସମାପ୍ତ ନହେବା ଯୋଗୁଁ ମନ୍ଦିରଟି ଅସମ୍ପୂର୍ଣ୍ଣ ରହିଗଲା। ଆଜି ମଧ୍ୟ ଲୋକମାନେ ଏହି ମନ୍ଦିରକୁ ଶିବଲିଙ୍ଗ ଦର୍ଶନ ପାଇଁ ଯାଆନ୍ତି।

ମଧ୍ୟପ୍ରଦେଶର ଭୋଜପୁରରେ ଥିବା ଏହି ମନ୍ଦିର ମହାଭାରତ ଯୁଗରୁ ଅଛି ବୋଲି ବିଶ୍ୱାସ କରାଯାଏ। କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସରେ ଥିବା ସମୟରେ ଭଗବାନ ଶିବ ସେମାନଙ୍କୁ ସ୍ୱପ୍ନରେ ଦର୍ଶନ ଦେଇଥିଲେ। ପରଦିନ ସକାଳେ, ପାଣ୍ଡବମାନେ ଏହି ସ୍ୱପ୍ନ ବିଷୟରେ ସେମାନଙ୍କ ମାଆ କୁନ୍ତୀଙ୍କ ସହିତ ଆଲୋଚନା କରିଥିଲେ। ମାତାଙ୍କ ପରାମର୍ଶ ଅନୁସରଣ କରି, ପାଣ୍ଡବମାନେ ଠିକ୍ ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ରାତାରାତି ମନ୍ଦିର ନିର୍ମାଣ କରାଯାଇଥିଲା।

ଉତ୍ତରାଖଣ୍ଡର ଏହି ମନ୍ଦିରର କାହାଣୀ ବହୁତ ଆଶ୍ଚର୍ଯ୍ୟଜନକ ଅଟେ । ମାନ୍ୟତା ରହିଛି ଯେ ଏହି ମନ୍ଦିରଟିକୁ ଜଣେ କାରିଗର ଏକୁଟିଆ ଗୋଟିଏ ପଥରକୁ ଖନନ କରି ନିଜ ହାତରେ ରାତାରାତି ନିର୍ମାଣ କରିଥିଲେ । କିନ୍ତୁ ଅନ୍ଧାର ଯୋଗୁଁ ଶିବଲିଙ୍ଗ ଭୁଲ ଦିଗରେ ଗଠିତ ହୋଇଥିଲା, ଯାହା ଫଳରେ ଏଠାରେ ଶିବଲିଙ୍ଗ ପୂଜା କରାଯାଏ ନାହିଁ। ତେବେ ଏଭଳି ଭାରତର କିଛି ଐତିହାସିକ ମନ୍ଦିର ରହିଛି ଯାହାର କିମ୍ବଦନ୍ତୀ ଶୁଣିଲେ ସହଜରେ ତାହା ବିଶ୍ୱାସ ହେବ ନାହିଁ।