ନୂଆଦିଲ୍ଲୀ ୧୭।୦୬: ଏଆଇର ପ୍ରସାର ଫଳରେ ଦେଶରେ ଆଇଟି, ଆଇନ, ଅନୁବାଦ, ଡିଜାଇନ ଏବଂ ଲାଇବ୍ରେରୀ ବିଜ୍ଞାନ ଭଳି କ୍ଷେତ୍ରଗୁଡ଼ିକ ଲାଗି ରିସ୍କ ବଢ଼ିଗଲାଣି। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଉକ୍ତ ପ୍ରୋଗ୍ରାମଗୁଡ଼ିକୁ ଶେଷ କରିଦେଲାଣି କିମ୍ଵା ସଂକୁଚିତ କରିଛି। ଯେଉଁଥିପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିବର୍ଷ ଡିଗ୍ରୀ ହାସଲ କରିଥାନ୍ତି। ଅନୁବାଦ କ୍ଷେତ୍ରରେ ୮୮% ରିସ୍କ ରହିଛି। ବିସିଏ ଏବଂ ଏମ୍ସିଏ କ୍ଷେତ୍ରରେ ୮୨%, ଗ୍ରାଫିକ୍ସ(ଡିପ୍ଲୋମା) କ୍ଷେତ୍ରରେ ୭୯%, ଏଲ୍ ଏଲ୍ ବି । ବିଏ – ଏଲ୍ ଏଲ୍ କ୍ଷେତ୍ରରେ ୭୦%, ବି.କମ୍/ଏମ୍.କମ୍ କ୍ଷେତ୍ରରେ ୬୧% ଏବଂ ଲାଇବ୍ରେରୀ ବିଜ୍ଞାନ କ୍ଷେତ୍ରରେ ୫୫% ରିସ୍କ ରହିଛି । ମାନବ ସମ୍ବଳ ସଂସ୍ଥା ଟିମ୍ସ୍ର କହିବାନୁସାରେ, ୪୦% କମ୍ପାନି ହାଇବ୍ରିଡ୍ ଦକ୍ଷତା ବା ଡିଗ୍ରୀ ସହ ଏଆଇ ଟୁଲ୍ ଉପରେ ଜ୍ଞାନକୁ ଅନିବାର୍ଯ୍ୟ କରିଦେଲେଣି। ଆଇଟି ଶିଳ୍ପସଂଘ ନାସ୍କମ୍ର ୨୦୨୪ ରିପୋର୍ଟ ଅନୁସାରେ, ଦେଶରେ ୮୨% ବିସିଏ ଏବଂ ଏମ୍ସିଏ ସ୍ନାତକଙ୍କ ପାଖରେ ଏଆଇ ଟୁଲ୍ର ଔପୋଚାରିକ ତାଲିମ ନାହିଁ ।

ବିଶ୍ବ ଅର୍ଥନୈତିକ ଫୋରମର ରିପୋର୍ଟ ଅନୁସାରେ, ଚାକିରି ସେଇମାନଙ୍କ ପାଖରେ ରହିବ, ଯେଉଁମାନେ ଏ ଆଇ ଟୁଲ୍ ର ବ୍ୟବହାର କରି ଉତ୍ପାଦକତା ୪୦% ପର୍ଯ୍ୟନ୍ତ ବଢ଼ାଇପାରିବେ।। ଆଇବିଏମ୍ ଇନ୍ ଷ୍ଟିଚ୍ୟୁଟ୍ ଫର୍ ବିଜନେସ୍ ଭ୍ୟାଲ୍ୟୁର ରିପୋର୍ଟ ଅନୁସାରେ, ଏଆଇ ଲୋକଙ୍କ ସ୍ଥାନ ନେବ ନାହିଁ ବରଂ ଯେଉଁ ଲୋକେ ଏଆଇର ଉପଯୋଗ କରୁ ନାହାନ୍ତି ସେମାନଙ୍କ ସ୍ଥାନ ଏ ଆଇ ନେଇଯିବ। ଯେଉଁମାନେ ଏଆଇ ଟୁଲ୍ଗୁଡ଼ିକୁ ନେଇ ବିଜ୍ଞ ସେମାନଙ୍କ ଚାକିରି ସୁରକ୍ଷିତ। ‘ଫ୍ୟୁଚର ଅଫ୍ ଜବ୍ ରିପୋର୍ଟ-୨୦୨୫’ ଅନୁସାରେ, ୨୦୩୦ ସୁଦ୍ଧା ଏଆଇ ଯୋଗୁ ୨୨% ନିଯୁକ୍ତି ପ୍ରଭାବିତ ହୋଇପାରେ । ଅନ୍ୟପକ୍ଷରେ, ଚୀନ୍ ୨୦୨୧ ଏବଂ ୨୦୨୫ ମଧ୍ୟରେ ନିଜର ବିଶ୍ଵବିଦ୍ୟାଳୟଗୁଡ଼ି କରେ ୧୨,୨୦୦ରୁ ଅଧିକ ଅଣ୍ଡରଗ୍ରାଜୁଏଟ୍ କୋର୍ସଗୁଡ଼ିକୁ ସମାପ୍ତ କରିଦେଇଛି। ଏହା ୧୦,୨୦୦ ନୂଆ ଏଆଇ କୋର୍ସ ଆରମ୍ଭ କରିଛି ।

ବିଶେଷଜ୍ଞଙ୍କ କହି ବାନୁ ସାରେ, ପାରମ୍ପରିକ ଡିଗ୍ରୀ ସମ୍ପୂର୍ଣ୍ଣ ଭାବେ ବେକାର ହେବ ନାହିଁ କିନ୍ତୁ ଏଗୁଡ଼ିକର ମହତ୍ଵ କମୁଛି। ପାଠପଢ଼ା ଶୈଳୀ ଏବଂ କଣ୍ଟେଣ୍ଟ ନ ବଦଳିଲେ ଉକ୍ତ ଡିଗ୍ରୀର କୌଣସି ମୂଲ୍ୟ ରହିବ ନାହିଁ । ନିଜକୁ ଅପ୍ଗ୍ରେଡ୍ କରିବାକୁ ହେବ।ଯେଉଁ ଛାତ୍ରଛାତ୍ରୀମାନେ ଦ୍ଵିତୀୟ କିମ୍ବା ତୃତୀୟ ବର୍ଷରେ ଅଛନ୍ତି, ସେମାନେ ଲାଇଭ୍ ପ୍ରୋଜେକ୍ଟରେ କାମ ଆରମ୍ଭ କରିବା ଉଚିତ। ଏଆଇ ଟୁଲ୍ସର ପ୍ରଫେସନାଲ ଲାଇସେନ୍ସ ନିଅନ୍ତୁ ଏବଂ ଏହା ଉପରେ ୬ ମାସ ରାତି ଦିନ କାର୍ଯ୍ୟ କରି ସଫ୍ଟୱେର୍ କିମ୍ବା ୱେବ୍ସାଇଟ୍ ବନାନ୍ତୁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।