ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଅନୁଷ୍ଠିତ ‘ଇଣ୍ଡିଆ’ ମେଣ୍ଟ ନେତାଙ୍କ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୨୫ଟି ବିରୋଧୀ ଦଳ ଭାଗ ନେଇଛନ୍ତି। ବୈଠକ ପରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଓ କହିଛନ୍ତି ସମସ୍ତେ ନିଜନିଜ ରାୟ ରଖିଛନ୍ତି ଓ ଏହା ପରେ ଆମେ ୫ଟି ପ୍ରସଙ୍ଗରେ ସହମତ ହୋଇଛୁ। ଆମେ ନିଷ୍ପତ୍ତି ନେଇଛୁ ଏହି ପ୍ରସଙ୍ଗକୁ ନେଇ ଲଢିବୁ, ଏହା ଉପରେ କାମ କରିବୁ ଓ ଆଗକୁ ବଢିବୁ।

ଏହି ବୈଠକ ଏକ ଏପରି ସମୟରେ ଅନୁଷ୍ଠିତ ହୋଇଛି ଯେତେବେଳେ ମେଣ୍ଟ ସହଯୋଗୀ ତୃଣ ମୂଳ କଂଗ୍ରେସ (ଟିଏମସି) ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ବିଧାୟକମାନେ ବିଦ୍ରୋହୀ ହୋଇ ସାରିଥିବା ବେଳେ କିଛି ସାଂସଦ ପାର୍ଟିରୁ ଅଲଗା ଲାଇନରେ ଯାଉଥିବାର ଦେଖା ଯାଉଛନ୍ତି। ଏପଟେ ଖବର ମିଳୁଛି ଇଣ୍ଡି ମେଣ୍ଟରେ ମଧ୍ୟ ଫାଟ ପଡୁଛି। ତେବେ ଦିଲ୍ଲୀରେ ଅନୁଷ୍ଠତ ଏହି ବୈଠକରେ ଦେଖା ଯାଇଛି ୨୫ ବିରୋଧୀ ଦଳ ଭାଗ ନେଇଛନ୍ତି।

ଇଣ୍ଡିବ୍ଲକର ବୈଠକ ପରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଏସଆଇଆର, ଭୋଟ ଲୁଟ ଓ ନିର୍ବାଚନରେ ଅନିୟମିତତା ମାମଲାରେ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ)ଙ୍କୁ ପତ୍ର ଲେଖିବାକୁ ସହମତି ହୋଇଛି। ଏହିପତ୍ର ଖୁବ୍ ଶୀଘ୍ର ସିଜେଆଇଙ୍କୁ ପ୍ରଦାନ କରାଯିବ। ଅନ୍ୟପଟେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ସର୍ବସମ୍ମତି ନିଷ୍ପତ୍ତି ହୋଇଛି। କାରଣ ନିଟ୍, ସିବିଏସଇ ଓ ଏଇଭଳି ହୋଇଥିବା ପରୀକ୍ଷା ଭାଗ ନେଇଥିବା ଦେଶର ଯୁବ ପିଢୀ ସହ ଧୋକା କାଳରେ ଶିକ୍ଷାମନ୍ତ୍ରୀ ତାଙ୍କ ପଦବୀରେ ଥିଲେ। ଇଣ୍ଡିମେଣ୍ଟର ଏହି ବୈଠକରେ ପରିବର୍ତ୍ତି ବୈଠକ ନିମନ୍ତେ ସ୍ଥାନ ଓ ଦିନ ଧାର୍ଯ୍ୟ ହୋଇଛି। ପରବର୍ତ୍ତି ବୈଠକ ୮ ଅଗଷ୍ଟ ୨୦୨୬ରେ ତେଲେଙ୍ଗାନାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି।