ଭୁବନେଶ୍ୱର:ଚଳିତ ବର୍ଷ ୨୦୨ ମାମଲା ରୁଜୁ କରିଛି ଭିଜିଲାନ୍ସ । ୨୧୨ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେଥିରେ ଅଛନ୍ତି ଜଣେ IAS ସହ ୫୩ ଜଣ କ୍ଲାସ-୧ ଅଫିସର।

ଏହାଶହ ୩୬ ଜଣ ଇଞ୍ଜିନିୟର, ୧୭ ଜଣ ଫରେଷ୍ଟ ଅଫିସର, ୨୦ ଜଣ ରେଭିନ୍ୟୁ ଅଫିସର, ଜଣେ STAର ଯୁଗ୍ମ କମିଶନର, ୨୨ ଜଣ ପଞ୍ଚାୟତ ରାଜବିଭାଗ ଅଫିସର, ୧୬ ପୋଲିସ ଅଫିସର, ୫ ଜଣ ଡାକ୍ତର ଭଳି ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।

ସେହିପରି ୪୯ଟି DA ମାମଲା ରୁଜୁ କରି ୧୨୦ କୋଟି ସମ୍ପତ୍ତି ଜବତ କରାଯାଇଛି। ସେହିଭଳି ୯୭ଟି ଟ୍ରାପ କେସ ଲାଞ୍ଚ ନେଉଥିବା ଅଭିଯୋଗରେ ୧୧୪ ଜଣଙ୍କୁ ଗିରଫ କରାଯାଇଛି। ୧୫୩ଟି ବିଲଡିଂ,୧୮ କିଲୋ ୩୦୦ ଗ୍ରାମ ସୁନା ଅଳଙ୍କାର, ୭୧୪ ପ୍ଲଟ, ୧୨ ଫାର୍ମ ହାଉସ, ୩୬କୋଟି ୬୯ ଲକ୍ଷ୍ୟ ଟଙ୍କା ଡିପୋଜିଟ ଓ ୮ କୋଟି ୮୧ ଲକ୍ଷ୍ୟ ନଗଦ ଟଙ୍କା ଜବତ କରାଯାଇଛି।