ଉତ୍ତରାଖଣ୍ଡ: ଚଳିତବର୍ଷ ଏପ୍ରିଲ ୨୨ରେ ପବିତ୍ର କେଦାରନାଥ ଧାମର କବାଟ ଶ୍ରଦ୍ଧାଳୁମାନଙ୍କ ଲାଗି ଖୋଲିଛି । ଏହାପରେ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ବାବା କେଦାରନାଥଙ୍କ ଦର୍ଶନ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାରେ ପହଞ୍ଚୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଦୁଇ ଭାଇଙ୍କ କାହାଣୀ ଏବେ ବେଶ ଚର୍ଚ୍ଚିତ ହେଉଛି ।

ଉତ୍ତରପ୍ରଦେଶ ବଦାୟୁଁର ବାସିନ୍ଦା ୩୫ ବର୍ଷୀୟ ଧୀରଜ ଏବଂ ତାଙ୍କ ଭାଇ ନିଜ ମା’ଙ୍କୁ କାନ୍ଧରେ ୧୮୦୦ କିମି ବୋହି କେଦାରନାଥଙ୍କ ଦର୍ଶନ ଲାଗି ସେଠାରେ ପହଞ୍ଚିଛନ୍ତି । ଧୀରଜ କହିଛନ୍ତି, ତାଙ୍କର ବୃଦ୍ଧା ମା’ କେଦାରନାଥଙ୍କୁ ଦର୍ଶନ କରିବାକୁ ବହୁ ଦିନରୁ ଇଚ୍ଛା ରଖିଥିଲେ । ଚଳିତବର୍ଷ ସେ ଏହା ପ୍ରକାଶ କରିବା ପରେ ଦୁଇ ଭାଇ ମିଶି ମା’ଙ୍କର ସେହି ସ୍ୱପ୍ନ ପୂରଣ କରିବାକୁ ମନସ୍ଥ କରିଥିଲେ । ଏହାପରେ ସେମାନେ ମା’ଙ୍କୁ କାନ୍ଧରେ ବୋହି ଚାଲି ଚାଲି ୧୮୦୦ କିମି ଅତିକ୍ରମ କରି ନିକଟରେ କେଦାରନାଥ ଧାମରେ ପହଞ୍ଚିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by NEWS9 (@news9live)

Also Read...Sanwalia SethTemple : ସାୱାଲିଆ ସେଠ୍ ମନ୍ଦିରର ନୂଆ ରେକର୍ଡ ! ଗୋଟିଏ ମାସରେ ଦାନରେ ମିଳିଛି ୪୧.୬୭ କୋଟି

ଯାତ୍ରା ଲାଗି ସେମାନଙ୍କୁ ୩ ମାସ ଏବଂ ୨୪ ଦିନ ସମୟ ଲାଗିଛି । ଏହି ସମୟ ମଧ୍ୟରେ ଅସହ୍ୟ ଗରମ, ପାହାଡି଼ଆ ଘାଟି ରାସ୍ତା ସେମାନଙ୍କ ଲାଗି ଅନେକ ସମସ୍ୟା ସୃଷ୍ଟି କରିଥିଲା । କିନ୍ତୁ ସେମାନେ ସେସବୁକୁ ଖାତିର ନ କରି ନିଜର ଲକ୍ଷ୍ୟପଥରେ ଆଗକୁ ବଢ଼ିଥିଲେ । କେଦାରନାଥ ଧାମରେ ପହଞ୍ଚିବା ପରେ ମା’ଙ୍କ ଆଖିରେ ଯେଉଁ ଆତ୍ମସନ୍ତୋଷ ଦେଖିବାକୁ ମିଳିଛି ତାହା ସେମାନଙ୍କ ପରିଶ୍ରମକୁ ସାର୍ଥକ କରିଥିବା ଧୀରଜ କହିଛନ୍ତି ।