ଭୁବନେଶ୍ୱର ୦୧।୦୮ : ରାଜଧାନୀରେ ପୁଣି ଲୁଟ୍ପାଟ୍ । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀରେ ବଡ଼ଧରଣର ଲୁଟ୍ ହୋଇଛି । ଜଣେ ବିଲ୍ଡରଙ୍କ ଘରୁ ଡକାୟତି ହୋଇଛି। ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ସହ ଘରେ ଲାଗିଥିବା CCTVର ହାର୍ଡଡିସ୍କକୁ ମଧ୍ୟ ନେଇଯାଇଛନ୍ତି ଲୁଟେରା । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଲ୍ଡର ପ୍ରୀତମ ଜେନାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରର କବାଟ ଭାଙ୍ଗି ପଶିଥିଲେ। ଏହାପରେ ଆଲମିରାକୁ ତାଡ଼ି ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି। ଖାଲି ସେତିକି ନୁହେଁ ଲୁଟର କୌଣସି ବି ସୁରାକ ଛାଡ଼ିନାହାନ୍ତି। ଲୁଟ୍ ସାରି ଯିବା ସମୟରେ ଘରେ ଲାଗିଥିବା ସିସିଟିଭର ହାର୍ଡଡିସ୍କ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି। ଲୁଟ୍ ନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ ଟିମର ମଧ୍ୟ ସହଯୋଗ ନେଇପାରେ ପୋଲିସ । ସେହିପରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି ପୋଲିସ ।

Also Read:-Landslide: କେରଳରେ ବର୍ଷା ଓ ଭୂସ୍ଖଳନ; ଜଣେ ମହିଳା ସମେତ ୩ ଜଣଙ୍କ ମୃତ୍ୟୁ, ଅନେକ ସ୍ଥାନରେ ବନ୍ୟା ସ୍ଥିତି