ନୂଆଦିଲ୍ଲୀ,୧୨|୦୬:ଆରମ୍ଭ ହୋଇଛି ଫିଫା ବିଶ୍ୱକପ୍ ୨୦୨୬ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦବଦବା ଜାହିର କରିଛି ମେକ୍ସିକୋ । ମେକ୍ସିକୋ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ପରାସ୍ତ କରିଛି । ସବୁଠୁ ବଡ କଥା ହେଲା ଯେ ଦକ୍ଷିଣ ଆପ୍ରିକା ଦଳରେ ୯ ଜଣ ଖେଳାଳି ଖେଳୁଥିଲେ । ଯାହା ମୁକାବିଲାକୁ ଅଧିକ ରୋଚକ କରିଥିଲା ।

ମ୍ୟାଚରେ ମେକ୍ସିକୋର ଜୁଲିଅନ୍ କୁଇନସ୍ ପ୍ରଥମ ଗୋଲ୍ କରିଥିଲେ । ଏହାପରେ ରାଇଲ୍ ଜେମିନେଜ୍ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ଫଳରେ ମେକ୍ସିକୋ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମ୍ୟାଚରେ ତିନୋଟି ରେଡ୍ କାର୍ଡ୍ ଦେଖିବାକୁ ମିଳିଥିଲା । ଏଥିରୁ ଦକ୍ଷିଣ ଆଫ୍ରିକା ଦୁଇଟି ରିସିଭ୍ କରିଥିବା ବେଳେ ମେକ୍ସିକୋ ଗୋଟିଏକୁ ଗୋଟିଏ ରେଡ୍ କାର୍ଡ୍ ମିଳିଥିଲା ।

କମିଗଲେ ଖେଳାଳି

ରେଡ୍ କାର୍ଡ୍ ପାଇବା ପରେ ଦକ୍ଷିଣ ଆଫ୍ରିକାର ଫେଫଲୋ ସିତହୋଲ୍ ଏବଂ ଥେମ୍ବା ଜ୍ୱାଏନ୍ ବିଦା ହୋଇଥିଲେ । ସେହିପରି ମେକ୍ସିକୋର ସେସାର୍ ମଣ୍ଟେସ୍ ମଧ୍ୟ ରେଡ୍ କାର୍ଡ୍ ଖେଳି ଅଧାରୁ ବାଦ୍ ପଡିଥିଲେ । ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ମୁକାବିଲାରେ ତିନୋଟି ରେଡ୍ କାର୍ଡ୍ ଦେଖିବାକୁ ମିଳିଛି ।

ସିତହୋଲ୍ ମ୍ୟାଚର ୪୯ ମିନିଟରେ ରେଡ୍ କାର୍ଡ ପାଇଥିଲେ । ସେହିପରି ୮୪ ମିନିଟରେ ଜ୍ୱାଏନଙ୍କୁ ପଡିଆରୁ ବିଦା ହେବାକୁ ପଡିଥିଲା ।

ରୋମାଞ୍ଚକର ମ୍ୟାଚ୍

ମୁକାବିଲାରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଖେଳାଳି ଆକ୍ରମଣାତ୍ମକ ଖେଳିଥିଲେ । ସେମାନେ ଗୋଲ୍ ପୋଷ୍ଟକୁ ବାରମ୍ବାର ଟାର୍ଗେଟ୍ କରୁଥିଲେ । ହେଲେ ସଫଳ ହେଉନଥିଲେ । ପାସ୍ ପାଇବା ପରେ ବି ଗୋଲ୍ ହେଉନଥିଲା । କିନ୍ତୁ ମେକ୍ସିକୋ ଖେଳାଳି ଗେମ୍ ପ୍ଲାନ୍ ସହ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ଖେଳକୁ ଆଗକୁ ବଢାଇ ମେକ୍ସିକୋ ଟିମ୍ ଦୁଇଟି ଗୋଲ୍ କରିବାରେ ସଫଳ ହୋଇଥିଲା ।