ଭୁବନେଶ୍ୱର ୨୭।୦୪ : ବ୍ଲାକରେ ବିକ୍ରି ହେଉଥିଲା ଗ୍ୟାସ୍ । ଖବର ପାଇ ଚଢାଉ କଲା ପୋଲିସ । ଏହି ଚଢାଉରେ ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଏକ ଟେମ୍ପୋକୁ ଜବତ କରିଛି । ଏହାସହ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ ।

ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରେ ଚୋରାରେ ଗ୍ୟାସ୍ ସିଲିଣ୍ଡର ବିକ୍ରି ହେଉଥିବାର ଖବର ପୋଲିସକୁ ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ଏକ ଟେମ୍ପୋ ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ମିଳିଥିଲା । ଯାହାକୁ ପୋଲିସ ସିଜ୍ କରିଥିଲା । କୁଆଡେ ଏହି ଗାଡ଼ିରେ ଆସିଥିଲା ସିଲିଣ୍ଡରକୁ ବ୍ଲାକରେ ବିକ୍ରି କରାଯାଉଥିଲା । ଗ୍ୟାସ୍ ସିଲିଣ୍ଡର ପିଛା ୩ ହଜାର ୫୦୦ ଟଙ୍କା ନେଉଥିଲେ ବେପାରୀ ।

Also Read:-BJD Politics : ୮ ବିଧାୟକଙ୍କ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ବିଜେଡିର ଦାବି, କହିଲା- ଯଦି ଏତେ ଲୋକପ୍ରିୟ, ଉପନିର୍ବାଚନ ଲଢ଼...

ତେବେ ଗାଡ଼ିରୁ ମୋଟ ୧୯ଟି ସିଲିଣ୍ଡର ମିଳିଛି । ୧୧ଟିରେ ଗ୍ୟାସ ଭର୍ତ୍ତି ହୋଇ ରହିଥିବା ବେଳେ ୮ଟି ଖାଲ୍ ସିଲିଣ୍ଡର ରହିଥିଲା । ଏମାନେ ବିଭିନ୍ନ ଗ୍ୟାସ ଏଜେନ୍ସିର ନକଲି ରସିଦକୁ ଦେଖାଇ ଚେକିଂରେ ଖସି ଯାଉଥିଲେ । କିନ୍ତୁ ବ୍ଲାକ ମାର୍କେଟରେ ବିକ୍ରି ବେଳେ ସିଲିଣ୍ଡର ସହ ଗାଡ଼ିକୁ ଜବତ କରିଛି ପୋଲିସ । ଏହାସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ମନୋଜ କୁମାର ସାହୁ ।

Watch Video:-