ମୋହନା ୦୩।୦୨ : ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ।ଗଜପତି ଜିଲ୍ଲା ମୋହନା ଥାନାର ଚାନ୍ଦିପୁଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହୋଇଛି l ଯେଉଁଥିରେ ଜଣେ ବିଜେପି ନେତାଙ୍କ ମାଆଙ୍କ ସହିତ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି।

ଏ ଖବରବି ପଢନ୍ତୁଚ:- ​​​​​​​ଯାଜପୁର, ବାଲେଶ୍ୱର, ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି, ବିରଜାଙ୍କ ଦର୍ଶନ ସହ ପିଣ୍ଡଦାନ

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ଶତାଧିକ ବ୍ୟକ୍ତି ଠେଙ୍ଗା, ମାରଣାସ୍ତ୍ର ଧରି ଚାନ୍ଦିପୁଟ ବଜାରରେ ଉତ୍ତେଜନା ସୃଷ୍ଟି କରିବା ସହ ଜଣେ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି l ଏହି ଆକ୍ରମଣରେ ବିଜେପି ନେତାଙ୍କ ମାଆ ଆହତ ହୋଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି l ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ ଯୋଗୁଁ ୧୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି l ଏମାନଙ୍କୁ ଚିକିତ୍ସା ପାଇଁ ଚନ୍ଦ୍ରଗିରି ଓ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ଗାଁରେ ଏବେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସ୍ଥିତି ଉପରେ କଡା ନଜର ରଖିଛି ପୋଲିସ l

ଏ ଖବରବି ପଢନ୍ତୁ:- ଫିଟିବ ଜାତୀୟ ଜଳପଥ, ଜଳପଥରେ ହେବ କୋଇଲା ପରିବହନ