ହିନ୍ଦୋଳ: ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର I ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବ୍ରହ୍ମପୁର ଗ୍ରାମରେ ଘଟିଛି ଅଘଟଣ I ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନିମିଧା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପିଙ୍କୁ ସାହୁ (୩୭) I

ସୂଚନା ଅନୁସାରେ, ସକାଳ ୧୦ଟା ସମୟରେ ଘରୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ ପିଙ୍କୁ I ଅନେକ ସମୟ ପରେ ବି ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ। ଆଉ ଗାଁ ମୁଣ୍ଡ କାଜୁ ବଗିଚାର ଏକ ଶାଗୁଆନ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଖବର ପାଇ ଘଟଣାସ୍ଥଳରେ ରାସୋଳ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାସୋଳ ପୋଲିସ ତରଫରୁ ସୂଚନା ଦିଆଯାଇଛି।

Also Read: ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଚମ୍ପଟ୍ ! ପରିସ୍ରା ଯିବା ବାହାନାରେ ଛୁ'... ସାଙ୍ଗରେ ସ୍ତ୍ରୀକୁ ନେଇକି ବି ଗଲା