ବାଲିପାଟଣା: ଟଙ୍କପାଣି ବ୍ରିଜ ଉପରୁ ନଦୀକୁ ଡେଇଁଲେ ଯୁବକ । ବ୍ରିଜ ଉପରେ ସ୍କୁଟି ଏବଂ ଚପଲ ରଖି ଜଣେ ଯୁବକ କୁଆଖାଇ ନଦୀକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପରିଚୟ ଭୁବନେଶ୍ଵର ବ୍ରିଟ କଲୋନୀର ବିଘ୍ନେଶ ତ୍ରିପାଠୀ (୨୧) ବୋଲି ଜଣାପଡ଼ିଥିବା ବେଳେ, ଘଟଣାସ୍ଥଳରେ ପହଞ୍ଚିଛି ବାଲିଅନ୍ତା ପୋଲିସ ।

ସୂଚନାଥାଉକି, ଚଳିତ ମାସରେ ଏହା ହେଉଛି ଚତୁର୍ଥ ଆତ୍ମହତ୍ୟା ଘଟଣା । ଏହା ପୂର୍ବରୁ ସେପଟେମ୍ବର ୫ ତାରିଖରେ ଡେଲିଭରି ବଏ ଭାବରେ କାମ କରୁଥିବା ଜଣେ ଯୁବକ ଟଙ୍କପାଣି ଦ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେହିଭଳି ସେପ୍ଟେମ୍ବର ୭ରେ ମଧ୍ୟ ଅଟୋ ଚାଳକ ସଂଜୟ ସ୍ଵାଇଁ ଟଙ୍କ ପାଣି ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଉ ଗତ ରବିବାର ବି ଜଣେ ଯୁବକ ଟଙ୍କପାଣି ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅବଶ୍ୟ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।

Also Read: ଲଗାଣ ବର୍ଷାର ପ୍ରଭାବ ; ତାରାତାରିଣୀ ପାହାଡ଼ରୁ ଦ୍ବିତୀୟ ଥର ଧସିଲା ପଥର