ମାଲକାନଗିରି ୦୮।୦୬ : ମାଆ ସାମନାରେ ନଦୀରେ ବୁଡ଼ିଗଲା ପୁଅ । ପରିବାର ସହ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ମାଲକାନଗିରି ଜିଲ୍ଲା ପୋଟେରୁ ବ୍ୟାରେଜରେ ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି 36 ଗାଁର ରୂପକାନ୍ତ ଧର ନିଜ ପରିବାର ସହ ବାଲିମେଳା ନିକଟସ୍ଥ ପୋଟେରୁ ବ୍ୟାରେଜକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଅନୁପ, ତାଙ୍କ ମାମୁ ନବୀନ ଚୌଧୁରୀ ଓ ଭାଇ ଛୋଟୁ ଧର ପାଣି ଭିତରେ ନିଖୋଜ ହୋଇ ଯାଇଥିଲେ । ବହୁ କଷ୍ଟରେ ମାମୁ ଓ ଭାଇ ନିଜ ଉଦ୍ୟମ ରେ ବାହାରକୁ ଆସିଥିବା ବେଳେ ଅନୁପଙ୍କ ଗୋଡ଼ ଏକ ପଥର ସନ୍ଧିରେ ଲାଗିଯିବ ଯୋଗୁଁ ସେ ପାଣି ଭିତରୁ ବାହାରି ପାରିନଥିଲେ ।

Also Read:-Heat Wave Alert : ତାତିରୁ ମିଳିବନି ନିସ୍ତାର, ଆହୁରି ତିନି ଦିନ କଲବଲ କରିବ ଖରା

ସେପଟେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଅନୁପଙ୍କ କୌଣସି ପତ୍ତା ମିଳିନଥିଲା। ପରେ ଘଟଣା ସ୍ଥଳରେ ଓର୍କେଲ ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପାଣି ଭିତରୁ ଅନୁପଙ୍କ ଶରୀର ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ବାଲିମେଳା ମେଡିକାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।