ନୂଆଦିଲ୍ଲୀ: ସାଓମିର ସବ୍ ବ୍ରାଣ୍ଡ୍ ରେଡମୀ ଏହାର ଲୋକପ୍ରିୟ ନୋଟ୍ ସିରିଜ୍ରେ ନୂଆ ସ୍ମାର୍ଟଫୋନ୍ Redmi Note 15 5Gକୁ ଭାରତରେ ଲଞ୍ଚ କରିଛି। ଏଥର କମ୍ପାନି ଫୋନ୍ରେ ଷ୍ଟାଇଲିଶ ଲୁକ୍ ସହ ଦମଦାର କ୍ୟାମେରା ଦେଇଥିବାବେଳେ, ପ୍ରାଇସ୍ ମଧ୍ୟ ସୁହାଇଲା ଭଳି ରଖିଛି। ସେହିଭଳି ଦମଦାର କ୍ୟାମେରା, ବ୍ୟାଟେରୀ ଏବଂ ପ୍ରୋସେସର ମଧ୍ୟ ଫୋନକୁ ବେଶ୍ ଆକର୍ଷଣୀୟ କରୁଛି।

ଫୋନର୍ ଫିଚର୍ସ କଥା କହିଲେ, ରେଡମୀ ନୋଟ୍ ୧୫ ୫ଜିରେ ସ୍ଲିମ ବଡି ସହ କର୍ଭଡ ଡିସପ୍ଲେ ଦିଆଯାଇଛି। କମ୍ପାନି କହିଛି ଏହି ନୂଆ ସ୍ମାର୍ଟଫୋନ୍ ନୋଟ୍ ସିରିଜ୍ର ଏପର୍ଯ୍ୟନ୍ତ ସବୁଠୁ ପତଳା ଏବଂ ହାଲୁକା ସ୍ମାର୍ଟଫୋନ। ଏହା ୭.୩୫ ଏମଏମ ପତଳା ଏବଂ ଏହାର ଓଜନ ୧୭୮ ଗ୍ରାମ। ରେଡମୀ ନୋଟ ୧୫ ୫ଜିରେ ୧୨୦ ହର୍ଟଜର ରିଫ୍ରେସ ରେଟ ସହ ୬.୭୭ ଇଞ୍ଚର କର୍ଭଡ ଆମୋଲେଡ ଡିସପ୍ଲେ ରହିଛି। ଫୋନ୍ରେ ଇନ- ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ସୁବିଧା ରହଛି। ରେଡମୀ ନୋଟ ୧୫ ୫ଜିରେ କ୍ବାଲକମ ସ୍ନାପଡ୍ରାଗନ ୬ ଜେନ୍ ୩ ଚିପସେଟ୍ ଦିଆଯାଇଛି।

କ୍ୟାମେରା ବିଷୟରେ କହିଲେ, ନୋଟ୍ ୧୫ ୫ଜିରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଯେଉଁଥିରେ ସାମସଙ୍ଗର ISOCELL HM9 କ୍ୟାମେରା ସେନ୍ସର ଦିଆଯାଇଛି। ଏହା ଅପ୍ଟିକାଲ ଇମେଜ ଷ୍ଟାବିଲାଇଜେସନ ଏବଂ 4K ଭିଡିଓ ସପୋର୍ଟ କରିଥାଏ। ସେହିଭଳି ଫୋନ୍ରେ ୨୦ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି। କମ୍ପାନିର କହିବା ଅନୁସାରେ ଏହି ସେନ୍ସରକୁ କେବଳ ସାଓମୀ ରେଡମୀ ଫୋନ୍ ପାଇଁ ପ୍ରସ୍ତୁତ କରାଯାଇଛି।

ଏହି ଫୋନ୍ ଆଣ୍ଡ୍ରଏଡ୍ ୧୫ ଉପରେ ଆଧାରିତ ସାଓମୀ ହାଇପର ୨ ଓଏସ ଉପରେ ପରିଚାଳିତ। କମ୍ପାନି ୪ ଓଏସ ଅପଗ୍ରେଡ ଏବଂ ୬ ବର୍ଷର ସିକ୍ୟୁରିଟି ଅପଡେଟ ପାଇଁ ପ୍ରତିଶ୍ରୁତି ଦେଇଛି। ଫୋନରେ ଡଲବି ଆଟମୋସ ସାଉଣ୍ଡ ସପୋର୍ଟ, ଏଆଇ କଲ ନଏଜ୍ ରିଡକ୍ସନ, ଆଇଆର ରିମୋଟ କଣ୍ଟ୍ରୋଲ ଭଳି ଫିଚର୍ସ ଦିଆଯାଇଛି। ଏହା ଗୁଗଲ ଜେମିନୀ ଏଆଇ ସୁବିଧା ରହିଛି।ଫୋନ୍କୁ ୮+ ୧୨୮ ଜିବି ଏବଂ ୮+ ୨୫୬ ଜିବି ଭାରିଆଣ୍ଟରେ ଲଞ୍ଚ କରାଯାଇଥିବାବେଳେ, ଏହାର ଦାମ୍ ୨୨, ୯୯୯ ଟଙ୍କାରୁ ଆରମ୍ଭ ହେଉଛି।