ଭୁବନେଶ୍ୱର : ଦେଖିବାକୁ ହୁଏତ ଏହି କୁକୁରଟି ଅନ୍ୟ କୁକୁରଙ୍କ ଭଳି ସୁନ୍ଦର ନୁହେଁ । ମୁହଁରେ ଅନେକ କ୍ଷତବିକ୍ଷତ, ଅସାଧାରଣ ଦାନ୍ତ ଏବଂ ଅଜବ ଦେଖାଯାଉଥିବା ଲୁକ୍ ପାଇଁ ଏହାକୁ କୁହାଯାଉଛି ‘ବିଶ୍ୱର ସବୁଠାରୁ ଅସୁନ୍ଦର କୁକୁର’। କିନ୍ତୁ ଏହି ଅଜବ ଦେଖାଯାଉଥିବା କୁକୁରର କାହାଣୀ କେବଳ ଏକ ପ୍ରତିଯୋଗିତାର ବିଜୟ କାହାଣୀ ନୁହେଁ, ବରଂ ଏହା ହେଉଛି ମଣିଷ-ପଶୁ ମଧ୍ୟରେ ଥିବା ନିଃସର୍ତ୍ତ ପ୍ରେମ ଓ ଏକ ଭାବପ୍ରବଣ କାହାଣୀ।

୨୦୨୬ରେ କାଲିଫର୍ନିଆର ସାଣ୍ଟା ରୋଜାରେ ଅନୁଷ୍ଠିତ ହୋଇଥିଲା ‘World’s Ugliest Dog’ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆଲବିନୋ ପୋମେରାନିଆନ୍ ଚିହୁଆହୁ ‘ପିଙ୍କି’ ଦ୍ୱିତୀୟ ସ୍ଥାନ ହାସଲ କରିଛି ଏବଂ ଜିତିଛି ୩ ହଜାର ଡଲାର ପୁରସ୍କାର। ପ୍ରତିଯୋଗିତାର ବିଜେତା ହୋଇ ଏହି କୁକୁରଟି ସମଗ୍ର ବିଶ୍ୱର ନଜରକୁ ଆସିଛି। ତା’ର ଅସାଧାରଣ ଚେହେରା ହିଁ ତାକୁ ଏହି ଅନନ୍ୟ ପ୍ରତିଯୋଗିତାରେ ସ୍ୱତନ୍ତ୍ର ପରିଚୟ ଦେଇଛି। କିନ୍ତୁ ଏହି କାହାଣୀର ସବୁଠାରୁ କଥା ହେଉଛି, କୁକୁରଟିର ଚେହେରା ଯେତେ ଅଲଗା ହେଉନା କାହିଁକି, ତା’ର ମାଲିକଙ୍କ ପାଇଁ ସେ ସବୁଠାରୁ ପ୍ରିୟ। ପ୍ରାୟ ୫୦ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ମଧ୍ୟ ଏହି ବାର୍ତ୍ତା ଦିଏ ଯେ, ପଶୁକୁ ଭଲପାଇବା ପାଇଁ ତା’ର ସୌନ୍ଦର୍ଯ୍ୟ କେବେବି ମାପକାଠି ହୋଇପାରେ ନାହିଁ।

ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ କେବଳ ଏକ କୁକୁରକୁ ‘ଅସୁନ୍ଦର’ ବୋଲି ଘୋଷଣା କରିବା ନୁହେଁ। ଏହି ଇଭେଣ୍ଟ ଅନେକ ସମୟରେ ଏପରି କୁକୁରମାନଙ୍କୁ ମଧ୍ୟ ଆଗକୁ ଆଣେ, ଯେଉଁମାନେ ତାଙ୍କ ଅସାଧାରଣ ରୂପ କାରଣରୁ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି ନାହିଁ। ଏହି କୁକୁରର କାହାଣୀ ଆମକୁ ମନେ ପକାଇଦିଏ ଯେ ସୌନ୍ଦର୍ଯ୍ୟ କେବଳ ଚେହେରାରେ ନୁହେଁ; ହୃଦୟରୁ ଭଲପାଇବା ଓ ନିଃସ୍ୱାର୍ଥ ସମ୍ପର୍କରେ ରହିଛି । ଦୁନିଆ ଯାହାକୁ ‘ସବୁଠାରୁ ଅସୁନ୍ଦର’ କହୁଛି, ତା’ ମାଲିକଙ୍କ ଆଖିରେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦର । ତେବେ ୨୦୨୬ର ‘World’s Ugliest Dog’ ହେବାର ମୁକୁଟ ଯଦିଓ ଏହି କୁକୁରର ମୁଣ୍ଡରେ ରହିଛି, କିନ୍ତୁ ତା’ର କାହାଣୀ ଆମକୁ ଏକ ବଡ଼ ଶିକ୍ଷା ଦେଉଛି "ପ୍ରକୃତ ପ୍ରେମ ପାଇଁ ସୁନ୍ଦର ଚେହେରା ନୁହେଁ, ଏକ ସୁନ୍ଦର ହୃଦୟ ଦରକାର" ।