ନୂଆଦିଲ୍ଲୀ,|୦୭ସମ୍ପ୍ରତି ମହାସାଗରଗୁଡ଼ିକରର ତାପମାତ୍ରା ଅପ୍ରତ୍ୟାଶିତ ସ୍ତରରେ ପହଞ୍ଚିଚି। ଏହା ଜୁନ୍ ମାସର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଏହା ବିଶ୍ବର ପାଣିପାଗ ଏବଂ ସାମୁଦ୍ରିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ଉପୁଜିଛି। ଭୟଙ୍କର 'ଅଜଣା ବିପତ୍ତି' କୁ ଏହା ଡାକି ଆଣିପାରେ ବୋଲି ଏକ ସଦ୍ୟ ରିପୋର୍ଟରୁ ଜଣାପଡିଛି।

ଉପଗ୍ରହ, ଜାହଜ ଏବଂ ଅନ୍ୟ ଉତ୍ସର ଆକଳନରୁ ଏକତ୍ର କରୁଥିବା ୟୁରୋପର 'କୋପରନିକସ୍ କ୍ଲାଇମେଟ୍ ଚେଞ୍ଜ ସର୍ଭିସ'ର ତଥ୍ୟରୁ ଏହି ଭୟଙ୍କର ଚିତ୍ର ମିଳିଛି। ରିପୋର୍ଟରେ ଦର୍ଶାଇଛି, ଜୁନ୍ ୨୧ରେ ବିଶ୍ବର ହାରାହାରି ସମୁଦ୍ର ପୃଷ୍ଠ ତାପମାତ୍ରା ୮୯.୫ ଡିଗ୍ରୀ ଫାରେନହିଟ୍ (୨୦.୮୬ ଡିଗ୍ରୀ ସେଲସିୟସ୍)ରେ ପହଞ୍ଚିଲା, ଯାହା ୨୦୨୪ରେ ହୋଇଥିବା ଜୁନ୍ ମାସର ସର୍ବକାଳୀନ ରେକର୍ଡରୁ ମଧ୍ୟ ଅତିକ୍ରମ କରିଯାଇଛି।

Also Read :- Russia-Ukraine War: ଋଷ-ୟୁକ୍ରେନ୍ ଯୁଦ୍ଧରେ ମଲେଣି ୨୦ ଲକ୍ଷରୁ ଅଧିକ ସୈନ୍ୟ, ଋଷରେ ମିଳୁନି ତେଲ, ଲୋକେ ହେଲେଣି ହନ୍ତସନ୍ତ

ଏହି ସମାନ ରେକର୍ଡ ଅନ୍ୟ ଏକ ତଥ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି। ଅଣ- ଲାଭକରୀ ସଂସ୍ଥା 'ମକେର୍ଟର ଓସେନ୍ ଇଣ୍ଟରନ୍ୟାସନାଲ୍' ଦ୍ବାରା କାର୍ଯ୍ୟକାରୀ ହୋଇଥିବା କୋପରନିକସ୍ ମେରାଇନ୍ ସର୍ଭିସର ତଥ୍ୟ ଅନୁସାରେ ଜନ୍ ୨୧ରେ ସମୁଦ୍ରର ତାପମାତ୍ରା ୬୯.୩୮ ଫାରେନହିଟ୍( ୨୧ ଡିଗ୍ରୀ ସେଲସିୟସ୍) ଛୁଇଁଥିଲା , ଯାହା ୨୦୨୪ର ପୂର୍ବ ରେକର୍ଡଠାରୁ ୦.୧୮ ଡିଗ୍ରୀ ଫାରେନହିଟ୍ ଅଧିକ। ଏହି ଅସ୍ବାଭାବିକ ଗରମ ଏଲ୍ ନିନୋ ଆଗମନ ଯୋଗୁ ହୋଇଛି। 'ଏଲ୍ ନିନୋ' ଏବେ କେବଳ ଆରମ୍ଭ ହୋଇଛ। ଏହା ବିଗତ ଦଶନ୍ଧିଗୁଡ଼ିକ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସାବ୍ୟସ୍ତ ହୋଇପାରେ।

'ବ୍ରିଟିଶ୍ ଆଣ୍ଟାର୍କାଟିକ୍ ସର୍ଭେ'ର ସାମୁଦ୍ରିକ ବିଜ୍ଞାନୀ ମାଇକେଲ ମେରେଡିଥ୍ କହିଛନ୍ତ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଇବା ଆଶ୍ଚର୍ଯ୍ୟଜନକ ନୁହେଁ। କିନ୍ତୁ ବର୍ତ୍ତମାନ ଆମେ ଦେଖୁଥିବା ତାପମାତ୍ରା ବୃଦ୍ଧିର ଗତି ଭୟାନକ ପାଲଟିଛ। ଜୁନ୍ ମାସର ଏହି ଅହେତୁ ଗରମ ଅସ୍ଥାୟୀ ନା ଆଗାମୀ ଦିନର କୌଣସି ବଡ ସଙ୍କଟର ସଙ୍କେତ, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିଶେଷଜ୍ଞମାନେ ଏହାକୁ ନେଇ ଏବେଠାରୁ ପ୍ରମାଦ ଗଣିବା ଆରମ୍ଭ କଲେଣି। ଏହା କାଳେ ଅଜଣା ବିପତ୍ତି ଡାକି ଆଣିବ, ତାହକୁ ନେଇ ସେମାନଙ୍କୁ ଭୟ ଘାରିଛି।

'କୋପରନିକସ୍ କ୍ଲାଇମେଟ୍ ଚେଞ୍ଜ ସର୍ଭିସ'ର ନିର୍ଦେ୍ଦଶ କ କର୍ଲୋ ବୁଓନଟେମ୍ପୋ କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ଏକ ନୂତନ ପର୍ଯ୍ୟାୟ ଆରମ୍ଭକୁ ସୂଚାଇ ଥାଇପାରେ, ଯାହା ପୁଣି ଥରେ ଆମକୁ ଏକ ଅଜଣା ସଙ୍କଟ ଆଡକୁ ନେଇଯିବ।ସମୁଦ୍ରର ତାପମାତ୍ରା ଭୟଙ୍କର ସ୍ତରରେ ଥିବାବେଳେ ଆଗକୁ ଏଲ୍ ନିନୋ ଆସୁଛି । ତେଣୁ ଆଗାମୀ ମାସଗୁଡ଼ିକରେ ତାପମାତ୍ରା ବାରମ୍ବାର ରେକର୍ଡ ଭାଙ୍ଗିବ ।

ମହାସାଗରରେ ଯାହା ଘଟେ, ତାହା ବିଶ୍ୱର ପାଣିପାଗ ଉପରେ ବହୁତ ବଡ଼ ପ୍ରଭାବ ପକାଇଥାଏ । ଅଧିକ ଗରମ ମହାସାଗର ବାୟୁକୁ ଉଷ୍ମ ରଖେ, ଯାହା ଗ୍ରୀଷ୍ମ ପ୍ରବାହକୁ ବଢ଼ାଇଥାଏ । ବାତ୍ୟାଗୁଡ଼ିକୁ ଅଧିକ ଶକ୍ତିଶାଳୀ ଓ ଭୟଙ୍କର କରିଥାଏ। ବାଷ୍ପୀକରଣ ବୃଦ୍ଧି କରିଥାଏ, ଯାହା ଦ୍ବାରା ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କା ବଢ଼ିଯାଏ। ଏହା ବ୍ୟତୀତ ସମୁଦ୍ରର ଏହି ଅତ୍ୟଧିକ ଉତ୍ତାପ କାରଣରୁ ପ୍ରବଳ ପ୍ରାଚୀର ( କୋରାଲ ରିଫ୍) ଗୁଡ଼ିକ ବହୁଳ ଭାବେ ନଷ୍ଟ ହୋଇପାରନ୍ତି। ଅନ୍ୟ ସାମୁଦ୍ରିକ ଜୀବମାନଙ୍କର ମୃତ୍ୟୁ ହୋଇପାରେ । ସମୁଦ୍ର ପତନ ଆହୁରି ବୃଦ୍ଧି ପାଇ ଜନବସତିକୁ କବଳିତ କରିପାରେ ବୋଲି ଆଶଙ୍କା ଦେଖାଦେଇଛି।