ଚାନ୍ଦବାଲିରେ ଯୁବତୀ ଅପହରଣ ଅଭିଯୋଗ ଘଟଣା, ନ୍ୟାୟ ଦାବିରେ ଥାନା ଘେରିଲେ ମହିଳା

Published By : Prameya-News7 Bureau | April 28, 2024 IST

ଚାନ୍ଦବାଲି୨୮/୪: ଟ୍ୟୁସନରୁ ଫେରିବା ବେଳେ ଯୁବତୀ ନିଖୋଜ ଘଟଣାକୁ ବିତିଲାଣି ୭ ଦିନ । ଥାନାରେ ଅଭିଯୋଗ ପରେ ବି ପୋଲିସ ହାତ ଖାଲି ।ନ୍ୟାୟ ଦାବିରେ ଭଦ୍ରକ ଚାନ୍ଦବାଲି ଥାନା ଘେରିଲେ ମହିଳା । ଏପ୍ରିଲ ୨୧ରେ ସିଙ୍ଗିଟି ଗାଁର ଜଣେ ଯୁବତୀ ଟିଉନସନରୁ ଆଉ ଘରକୁ ଫେରିନଥିଲେ ।ତେବେ ଯାଜପୁର ପାଣିକୋଇଲି ଥାନା ତାଲୁଙ୍ଗାର ଟୁନି ସାହୁ ଝିଅକୁ ଅପହରଣ କରି ଦେହ ବ୍ୟବସାୟରେ ଲଗାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଟୁନି ଜଣେ କିନ୍ନର । ଟୁନି ଆଉ ତାର ପୁଅ ମିଶି ଏପରି କାଣ୍ଡ କରିଛନ୍ତି । ସେମାନଙ୍କ କବଳରୁ ଝିଅକୁ ତୁରନ୍ତ ମୁକୁଳାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବତୀଙ୍କ ପରିବାର ସମେତ ମହିଳାମାନେ ଏକାଠି ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.