ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୨ ଶିଶୁଙ୍କ ସମେତ ୧୮ ଆହତ

Published By : Prameya-News7 Bureau | May 12, 2024 IST

ଉମରକୋଟ ୧୨/୫: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉମରକୋଟ ବ୍ଲକ ସାନଭାରଣ୍ଡୀ ଗାଁର ୨୦ରୁ ଅଧିକ ଲୋକ କୌଣସି କାମରେ ଚନ୍ଦାହାଣ୍ଡି ବ୍ଲକ ଫୋଟକି ଗାଁକୁ ଯାଉଥିଲେ । ତେବେ ଚନ୍ଦାହାଣ୍ଡି ଘାଟି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.