ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଦେଲେ ଏତଲା

Published By : Prameya-News7 Bureau | May 13, 2024 IST

ଉମରକୋଟ ୧୩।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଦେଉଳକଣା ଗାଁର ବୁଥ୍ ନମ୍ବର ୨୦୪ରେ ବୁଥ୍ କ୍ୟାପଚରିଂ ହେଉଥିବା ଖବର ପାଇ ବୁଥ୍‌କୁ ଯାଇଥିବା ବେଳେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଦେଉଳକଣା ଗାଁର ବୁଥ୍ ନମ୍ବର ୨୦୪ରେ ବୁଥ୍ କ୍ୟାପଚରିଂ ହେଉଥିବା ଖବର ପାଇ ବୁଥ୍‌କୁ ଯାଇଥିବା ବେଳେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରା । ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ଼ ମାରିବା ସହିତ ତଳେ ପକାଇ ମାରିଥିବା ସହ ସୁନା ଚେନ୍ ନେଇଯାଇଥିବା  ଅଭିଯୋଗ  କରିଛନ୍ତି । ଏଥିସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଝରିଗାଁ ଥାନାରେ ଏତଲା ଦେଇଛନ୍ତି । ଏକ ନିର୍ଦ୍ଧିଷ୍ଟ ଦଳର କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ନରସିଂହ ଭତ୍ରା । ତୁରନ୍ତ ଦୁର୍ବୃତ୍ତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

You Can Read :

୩ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ : ଗିରଫ ହେବେ ଦୁଇ, ଜଣେ ହେବେ ସସ୍‌ପେଣ୍ଡ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.